ଓଡିଶା

କରୋନା ମହାମାରି ସଂକ୍ରମଣ ଠାରୁ ଜିଲ୍ଲାକୁ ବଞ୍ଚାଇବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ୫ ଦିନ ପୂର୍ବରୁ ସବୁଜ ଜୋନରେ ରହିଥିଲା । କିନ୍ତୁ ୫ଦିନ ମଧ୍ୟରେ ଜିଲ୍ଲାରୁ ୧୦ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ତଥାପି ଅନ୍ୟଜିଲ୍ଲା ତୁଳନାରେ ମାଲକାନଗିରି ଜିଲ୍ଲା ସ୍ଥିତି ଭଲ ରହିଛି । କରୋନା ସଂକ୍ରମଣ ଠାରୁ ସୁରକ୍ଷିତ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରି କେହି ଭୟଭୀତ କିମ୍ବା ଆତଙ୍କିତ ହେବାର ନାହିଁ, ଲକଡାଉନ ନିୟମକୁ ଠିକ ଭାବେ ପାଳନ କରି ଭଲଭାବରେ ବାରମ୍ବାର ସାବୁନରେ ହାତ ଧୋଇଲେ, ମୁହଁରେ ମାସ୍କ ଲଗାଇବା, ବାହାରକୁ ଗଲାବେଳେ ସାମାଜିକ ଦୂରତା ରକ୍ଷାକଲେ ନିଜେ ସୁରକ୍ଷିତ ରହି ପରିବାରକୁ ସୁରକ୍ଷିତ ରôଖହେବ ବୋଲି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଜିଲ୍ଲାବାସୀଙ୍କୁ ସଚେତନ କରିଛନ୍ତି ।

ଇତିମଧ୍ୟରେ ମାଲକାନଗିରି ଜିଲ୍ଲାରୁ ୨୯୨୫ ଟି ନମୁନା ସଂଗ୍ରହ ହୋଇ ପରୀକ୍ଷା ନିମନ୍ତେ ଭୁନେଶ୍ୱରକୁ ପଠାଯାଇଥିଲା । ଆଜି ସୁଦ୍ଧା ଜିଲ୍ଲାରେ ୧୩ ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି । ବାକି ସବୁ ନେଗେଟିଭ ରହିଛି । ତାମିଲନାଡୁ,ଚେନ୍ନାଇ, ତେଲେଙ୍ଗାନା ଅଚଂଳରୁ ଫେରିଥିବା ୯ଜଣ ପ୍ରବାସୀ ଙ୍କର ପଜିଟିଭ ରିପୋର୍ଟ ଆସିଥିବା ବେଳେ ପ୍ରଥମ ଥରକରି କାଲିମେଳା ବ୍ଲକ ଅଚଂଳର ଜଣେ କମ୍ୟୁନିଟ ହେଲ୍ଥ ଓ୍ୟାର୍କର କରୋନା ସଂକ୍ରମଣିତ ହୋଇଥିବାର ଜଣାପଡିଛି । କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ୪ଟି କ୍ୟାରେଟାଂଇନ କେନ୍ଦ୍ର ଅଚଂଳରେ କଟେଂନମେଟଂ ଜୋନ ଘୋଷଣା କରାଯାଇଛି । ଜିଲ୍ଲାର ୩୬୮ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସଙ୍ଗରୋଧ ରେ ୨୦ହଜାର୩୦୦ ବ୍ୟକ୍ତିଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି, ଆବଶ୍ୟକ ପଡିଲେ ଅଧିକ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଖୋଲାଯିବ, ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କ୍ୱାରେଟାଂଇନରେ ୧୨୯୮୬ଜଣଙ୍କୁ ରଖାଯାଇଛି । ୫୯୪ ଜଣ ହୋମ କ୍ୟାରେଟାଂଇନ ରେ ରହିଛନ୍ତି । କ୍ୱାରେଟାଂଇନ ରେ ରହୁଥିବା ସମସ୍ତଙ୍କୁ ନିୟମିତ ଭାବେ ସ୍ୱାସ୍ଥ୍ୟପରୀକ୍ଷା କରାଯାଉଛି ,ସୀମାନ୍ତ ମୋଟୁ ଚେକପୋଷ୍ଟ ଦେଇ ଆସୁଥିବା ବାହାର ରାଜ୍ୟ ଓ ଅନ୍ୟଜିଲ୍ଲାର ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇ ସେମାନଙ୍କ ଜିଲ୍ଲାକୁ ଫେରାଇଦିଆ ଯାଉଛି,ଜିଲ୍ଲାବାସୀଙ୍କୁ କରୋନା ସଂକ୍ରମଣ ଠାରୁ ସୁରକ୍ଷିତ ରଖିବା ପାଇଁ କରୋନା ଯୋଦ୍ଧା ମାନେ ରାତିଦିନ ସଜାଗ ରହିଛନ୍ତି । ଆପଣ ମାନେ ଲକଡଆଉନ ନିୟମ ମାନନ୍ତୁ, ମାସ୍କ ବ୍ୟବହାର କରନ୍ତୁ,ସାମଜିକ ଦୂରତା ରକ୍ଷା କରନ୍ତୁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ କହିଛନ୍ତି ।

Related posts

ଜୁଆ ଆଡ୍ଡାରେ ଚଢାଉ, ୧୦ ଗିରଫ

mahabharatanews

ଆଇସୋଲେସନକୁ ତଦାରଖ କରିବେ ବିଡିଓ ଓ ତହସିଲଦାର

mahabharatanews

ଚାଲିଛି ଆଇଏଲଏକ ଅଜୟ ପରିଡାଙ୍କ ଶେଷ ଦର୍ଶନ 

mahabharatanews