Uncategorized

କରୋନା ଯୁଦ୍ଧରେ ଆମ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଶ୍ଚିତ ବିଜୟୀ ହେବେ: ମୋଦୀ

ନୂଆଦିଲ୍ଲୀ: କର୍ଣ୍ଣାଟକସ୍ଥିତ ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍ ହେଲ୍‌ଥ୍ ସାଇନ୍‌ସେସ୍‌ର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତୀୟ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବୀ ଅଜେୟ । ଅଦୃଶ୍ୟ କରୋନାଭାଇରସ୍ ବିରୋଧୀ ସଂଗ୍ରାମରେ ଆମ ଡାକ୍ତରୀ କର୍ମୀମାନେ ନିଶ୍ଚୟ ବିଜୟ ହାସଲ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ମୋଦୀ ଆହୁରି କହିଛନ୍ତି. ଭୂତାଣୁ ଅଦୃଶ୍ୟ ହେଲେ ବି ଆମ ଡାକ୍ତରୀ କର୍ମୀମାନେ ଅପରାଜେୟ। ଅଦୃଶ୍ୟ ଏବଂ ଅପରାଜେୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧରେ ନିଶ୍ଚୟ ଆମ ଡାକ୍ତରୀ କର୍ମୀମାନେ ଜିଣିବେ। ଭାରତରେ କୋଭିଡ୍-୧୯ ବିରୋଧୀ ଯୁଦ୍ଧର ଏହି ଯୋଦ୍ଧାଙ୍କ କଠିନ ଶ୍ରମ ଆମକୁ କରୋନା ଉପରେ ବିଜୟ ପ୍ରଦାନ କରିବ । ମୁଁ ସ୍ପଷ୍ଟ କରି କହୁଛି ଯେ ଏହି ଅଗ୍ରଣୀ କର୍ମୀଙ୍କ ବିରୋଧରେ ହିଂସା, ଅଶୋଭନୀୟ ଆଚରଣ ଏବଂ କ୍ରୁର ବ୍ୟବହାର ବରଦାସ୍ତ କରାଯିବ ନାହିଁ।

Related posts

ଦୁଇ ମତ୍ସଜୀବୀଙ୍କୁ ସୋନପୁର ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା

mahabharatanews

କେରଳର ସିଏଏ ବିରୋଧୀ ଆଭିମୁଖ୍ୟକୁ ରାଜ୍ୟପାଳଙ୍କ ସମାଲୋଚନା

mahabharatanews

ପ୍ରବଳ ବର୍ଷାରେ ଧୋଇଗଲା ରାଣିପୋଖରି-ରିଶିକେଶ ରାଜପଥ

mahabharatanews