ଡେରାଡୁନ: ଉତ୍ତରାଖଣ୍ଡର ଡେରାଡୁନରୁ ରାଣିପୋଖରି- ରିଶିକେଶ ପାଇଁ ଖୋଲାଯାଇଥିବା ଅନ୍ୟତମ ରାସ୍ତା ପ୍ରବଳ ବର୍ଷାରେ ଧୋଇ ଯାଇଛି । ଫଳରେ ସେହି ରାସ୍ତା ସହ କିଛି ଗାଡି ମୋଟର ମଧ୍ୟ ଧୋଇଯାଇଥିବା ସୂଚନା ରହିଛି । ସୋମବାର ରାତିରେ ସେହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଓ ଏଥିରେ ନୂଆ ରାସ୍ତା ବୋହି ଯାଇଛି ।
ଏହି ବନ୍ୟା ପରିସ୍ଥିତିକୁ ନେଇ ସେଠାରେ ରାସ୍ତା ଧୋଇଯିବା ସହ କିପରି ଏକ ଗାଡି ସେଥିରେ ଭାସି ଯାଉଥିବାର ଏକ ଭିଡିଓ ଏଏନଆଇ ପକ୍ଷରୁ ଦିଆଯାଇଛି । ଅଗଷ୍ଟ ୨୭ ତାରିଖରେ ରାନିପୋଖରି ଗାଁ ନିକଟରେ ଦେରାଡୁନ ରୁସିକୁଲ୍ୟା ପୋଲଟି ଭାସିଯାଇଥିଲା । ଭଙ୍ଗା ପୋଲତଳେ ପ୍ରଖର ବେଗରେ ଜଳସ୍ରୋତ ପ୍ରବାହିତ ହେଉଥିବା ବେଳେ ଗୋଟିଏ ଟ୍ରକ କଇଁଛପରି ଜଳସ୍ରୋତରେ ଗଡିଚାଲିଥିଲା ଓ ପାଣିରେ ପୋଲ ତଳେ ଅନ୍ୟ କିଛି ଗାଡି ବୁଡି ରହିଥିବା ଭିଡିଓରେ ଦେଖିବାକୁ ମିଳିଛି । ସୋମବାର ଦିନ ଏକ ଉଦ୍ଧାରକାରୀ ଦଳ ବନ୍ୟା ଜଳରେ ବୁଡି ରହିଥିବା ଜୁମ୍ମା ଗ୍ରାମର ଲୋକଙ୍କୁ ସେଠାରୁ ଉଦ୍ଧାର କରିଛନ୍ତି । ଏହି ବନ୍ୟାରେ ଦୁଇଟି ଘର ଭୁଶୁଡି ପଡିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି ଓ ୨ ଜଣ ନିଖୋଜ ଅଛନ୍ତି ।
previous post
