ଓଡିଶା

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର: କରୋନା ଯୁଦ୍ଧରେ ଜୀବନକୁ ବାଜି ଲଗାଇ ସେବା କରୁଥିବା ଆଗଧାଡିର କରୋନା ଯୋଦ୍ଧାଙ୍କୁ ଆଜି ଟିମ୍ ପ୍ରକାଶ ତ୍ରିପାଠୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କ୍ରମରେ ଭିଏସସ୍ ନଗର ବିଏମସି ହସ୍ପିଟାଲର ଡାକ୍ତର , ଫାର୍ମାସିଷ୍ଟ, ନର୍ସ ଓ ସମସ୍ତ କର୍ମଚାରୀମାନଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ପଟଚିତ୍ର ଦେଇ ସମ୍ମାନିତ କରାଯାଇଛି। ଏହି କାର୍ୟ୍ୟକ୍ରମରେ ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ, ଗଡେଶ୍ୱର ହାଟ ସମ୍ପାଦକ ମନୋରଞ୍ଜନ ସାହୁ, ତ୍ରିନାଥ ବସ୍ତି ସଭାପତି ନରେନ୍ଦ୍ର ବିଶ୍ଵାଳ, ଅକ୍ଷୟ ସ୍ବାଇଁ, କମଳାକାନ୍ତ ରାଉତରାୟ,ସର୍ବଜୀଟ ସାହୁ, ସୁଶାନ୍ତ ମୁଦୁଲି, ବିନୋଦ ସାହୁ, ମହିଳା ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ଇସା ମହାନ୍ତି, ସ୍ମିତା ସିଂ, ସୁଚିତ୍ରା ବେହେରା, ସ୍ନେହଲତା ମୁଦୁଲି, ଦ୍ରୌପଦୀ ଦେବୀ, ପୁଷ୍ପଲତା ରାଉଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଏପରି କାର୍ଯ୍ୟକ୍ରମ କରୋନା ଯୋଦ୍ଧାଙ୍କୁ ନିଶ୍ଚିତ ପ୍ରୋତ୍ସାହିତ କରିବ ବୋଲି ଆମର ଆଶା ।

Related posts

ରାଜ୍ୟରେ ବର୍ଷା; ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews

ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୬ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews