ଓଡିଶା

କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସୋନପୁରରେ ପୋଲିସର କଡା ଚେକିଂ

(ଓମପ୍ରକାଶ ମିଶ୍ର/ସୋନପୁର): ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି । ସଟଡାଉନ ଓ ଲକଡାଉନ କଟକଣାକୁ କଡାକଡି କରିବା ସହ ଜିଲ୍ଲାରୁ ସବୁ ସୀମାକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ସେହିପରି ନିୟମ ଉଲଙ୍ଘନ କରୁଥିବା ଅମାନିଆକୁ ବାଟକୁ ଆଣିବା ପାଇଁ ଉଭୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ସୋନପୁର ଜ଼ିଲ୍ଲାପାଳ ମୋନିଷା ବାନାର୍ଜୀ ଏବଂ ଏସପି ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶରେ ସୋମବାର ସନ୍ଧ୍ୟାରେ ନଳିନୀ ଛକ, ବ୍ଳକ ଛକ, ତେଲନଦୀ ଛକ ଠାରେ ଅମାନିଆଙ୍କ ଠାରୁ ପୋଲିସ ଜରିମାନା ଆଦାୟ କରିଛି । ଏହାସହ କଟକଣାକୁ ଅମାନ୍ୟ କରୁଥିବା ୧୫ ରୁ ୨୦ଟି ଗାଡିକୁ ମଧ୍ୟ ଜବତ କରାଯାଇଛି । ବାହାର ଜ଼ିଲ୍ଲାରୁ ଆସୁଥିବା ମାଲ ପରିବହନ ଗାଡି ଓ ପ୍ରାଇଭେଟ ଗାଡିଗୁଡିକର ଯାଞ୍ଚ କଡାକଡି କରାନଗଲେ ଅ।।ଗାମୀ ଦିନରେ ଜିଲ୍ଲାରେ କରୋନା ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ । ଏଣୁ ଏହି ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରୟାସ ଚଳାଇଛି । ପ୍ରଶାସନର ଏଭଳି ପ୍ରୟାସକୁ ସୋନପୁରର ବୁଦ୍ଧିଜୀବିାମାନ ପ୍ରଶଂସା କରିଥିବା ବେଳେ ଅମାନିଆଙ୍କୁ ସାବାଡ କରିବା ପାଇଁ ପୋଲିସ ପାଟ୍ରୋଲିଂକୁ ଆହୁରି କଡାକଡି କରିବା ପାଇଁ ଦାବି ହୋଇଛି ।

Related posts

ଘରକୁ ଆସିଲେ ଦୁଇଟି ଦୁଇଟି ଅତିଥି ; ଖୁସି ଖବର ଦେଲେ ଚୁଲବୁଲି ନାୟିକା ଝିଲିକ୍

mahabharatanews

କଙ୍ଗାରୁ କୋର୍ଟକରି ମାଡ ମାରିଥିବା ଘଟଣାରେ ୮ ଜଣଙ୍କୁ କୋର୍ଟ ଚାଲାଣ

mahabharatanews

ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

mahabharatanews