ଓଡିଶା

କରୋନା ସଂକ୍ରମଣ ଭୟ: ଲୋକେ ରାସ୍ତାରୁ ଟଙ୍କା ଉଠାଇବକୁ କୁଣ୍ଠିତ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଏପରି ଭୟ ଓ ସନ୍ଦେହ ସୃଷ୍ଟି ହେଲାଣି, ଲୋକେ ସବୁ ଜିନିଷକୁ ସନ୍ଦେହ ଦୃଷ୍ଟିରେ ଦେଖଉଛନ୍ତି । ରାସ୍ତାରେ କିଛି ମୂଲ୍ୟବାନ ଜିନିଷ ପଡିଥିଲେ ମଧ୍ୟ ଲୋକେ ସେଥିରେ ହାତ ଦେବାକୁ ଭୟ କରୁଛନ୍ତି, କାଳେ ସଂକ୍ରମଣ ହେବ । ଦିଲ୍ଲୀର ସେଣ୍ଟ୍‌ ଲରେନ୍ସ୍‌ ରୋଡ୍‌ରେ ଅନେକ ୫୦୦ ଟଙ୍କା ନୋଟ୍‌ ପଡିଥିଲେ ମଧ୍ୟ ସେଥିରେ ହାତଦେବାକୁ ମଧ୍ୟ କୁଣ୍ଠାବୋଧ କରୁଥିବା ଦେଖିବାକୁ ମିଳିଛି । କେହି ଭୂତାଣୁ ସଂକ୍ରମଣ କରାଇବାକୁ ଏପରି ଷଡଯନ୍ତ୍ର କରିଥିବା ସନ୍ଦେହରେ ଲୋକେ ଟଙ୍କା ଉଠାଇନାହାନ୍ତି । ଟଙ୍କାର ଲୋଭ ବି ଲୋକଙ୍କୁ ବିଚଳିତ କରିପାରି ନ ଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନୋଟ ଗୁଡ଼ିକୁ ସାନିଟାଇଜ୍‌ କରିବା ପରେ ଏହାକୁ ଲଫାପାରେ ଭର୍ତ୍ତି କରି ଷ୍ଟେଶନକୁ ନେଇଯାଇଥିଲେ। ତେବେ କିଛି ସମୟ ପରେ ଜଣେ ମହିଳା ଷ୍ଟେଶନରେ ନୋଟ୍‌ ନେବାକୁ ପହଞ୍ଚିଥିଲେ। ସେ କହିଥିଲେ ତାଙ୍କଘର ରାସ୍ତାକଡ଼ରେ। ସେ ଏଟିଏମ୍‌ରୁ ଟଙ୍କା ବାହାର କରିବା ପରେ ଏହାକୁ ସାନିଟାଇଜ୍‌ କରି ବାଲକୋନୀରେ ଶୁଖାଇଥିଲେ। ପବନରେ କିଛି ନୋଟ୍‌ ଉଡ଼ିଆସି ରାସ୍ତାରେ ପଡ଼ିଥିଲା। ଏହା ପରେ ପ୍ରମାଣ ଆଧାରରେ ସମ୍ପୃକ୍ତ ମହିଳାଙ୍କୁ ନୋଟ୍‌ ଫେରାଇ ଦିଆଯାଇଥିବା କୁହାଯାଉଛି।

Related posts

ଭୋକରେ ଜୀବନ ଦେଲା, ହେଲେ ନିଜ ଛୁଆଙ୍କୁ ଖାଇଲା ନାହିଁ

mahabharatanews

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା

mahabharatanews

ବିଜେଡିରେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ

mahabharatanews