ଓଡିଶା

ରାଜ୍ୟରେ ନୂଆ ୭ କରୋନା ପିଜିଟିଭ ଚିହ୍ନଟ

ଭୁବନେଶ୍ଵର: ଆଜି ସକାଳୁ ରାଜ୍ୟରେ ଆଉ ୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଅ।।ଯାଇଛି। ଏହା ପରେ ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୬୮ରେ ପହଞ୍ଚିଛି । ଆଜି ଆସିଥିବା ୭ କରୋନା ପଜିଟିଭଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ହୋଇଥିବା ବେଳେ ୨ ଜଣ ବାଲେଶ୍ୱରର ରହିଛନ୍ତି । ଏମାନେ ସଂକ୍ରମିତ ହେବା ଜଣାପଡିବା ପରେ ଏମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯିବା ସହ ଏମାନଙ୍କ ସଂସ୍ପର୍ଶରେ ଆସିଥିବ।। ଲୋକଙ୍କୁ ଟ୍ରେସ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

୫ ନୂଆ ଆକ୍ରାନ୍ତ ଠାବ ହେବା ପରେ ଭଦ୍ରକ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛିା ପୂର୍ବରୁ ଭଦ୍ରକର ବିଭିନ୍ନ ଅଞ୍ଚଳରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ବାଲେଶ୍ୱରରେ ପ୍ରଥମ କରୋନା ମାମଲା ଶନିବାର ଦିନ ସାମ୍ନାକୁ ଆସଇଥିଲା । ୫ ଜଣ ଭଦ୍ରକରେ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବାସୁଦେବପୁର ବ୍ଲକର ୩ ଓ ଭଣ୍ଡାରୀପୋଖରି ବ୍ଲକର ୨ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହିତ କଟକଣା ଜାରି କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ଆଜିର ଏହି ସଂଖ୍ୟା ରାଜ୍ୟରେ ୩ୟ ସର୍ବବୃହତ ସଂଖ୍ୟା ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ୬୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟର ବିଭିନ୍ନ କୋଭିଡ୍-୧୯ ହସ୍ପିଟାଲରେ ୪୩ ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଏଯାଏ ରାଜ୍ୟରେ ୧୦,୬୪୧ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୦,୫୭୩ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି।

Related posts

ଯାଜପୁରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews

ଆଗାମୀ ୨୫ରେ ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews