Uncategorized

କରୋନ ଭାଇରସ: ଲିଭିଲାଣି ୫୬ ଜୀବନ ଦୀପ

(ବେଜିଙ୍ଗ ): ଘାରିଛି କରୋନ ଭାଇରସ । ଭୟଙ୍କର କରୋନା ଭାଇରସ୍‌ ଚୀନରେ ଏଯାଏଁ ୫୬ ଜଣ ଲୋକଙ୍କର ଜୀବନ ନେଲାଣି ଜ୍ଝ ଏହା ଛଡା ୨୦୦୦ରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ପୀଡିତ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ଦେଖାଦେଇଛି ଜ୍ଝ ଚୀନର ନ୍ୟାସନାଲ ହେଲଥ କମିଶନଙ୍କ ରିପୋର୍ଟ ମୁତାବକ ଶୁକ୍ରବାର ଦିନ ୪୪୪ଟି ନୂଆ ମାମଲା ସାମ୍ନାକୁ ଆସିଛି ଜ୍ଝ ଯେଉଁଥିରୁ ୨୩୭ ଜଣ ରୋଗୀଙ୍କ ସଂଖ୍ୟା ଉଦବେଗଜନକ ରହିଛି ଜ୍ଝ
ଚୀନ ଛଡା ଫ୍ରାନ୍ସରେ ୨ ଜଣ, ଅଷ୍ଟ୍ରେଲିଆରେ ଜଣେ. ଥାଇଲାଣ୍ଡରେ ୪ ଜଣ, ଜାପାନରେ ୨ ଜଣ, ଦକ୍ଷିଣ କୋରିଆରେ ୨ ଜଣ, ଆମେରିକାରେ ୨ ଜଣ, ଭିଏତନାମାରେ ୨ ଜଣ, ସିଙ୍ଗାପୁରରେ ୩ ଜଣ ଆକ୍ରାନ୍ତ ଏହି ଭାଇରସ ଦ୍ୱାରା ହୋଇଛନ୍ତି ଜ୍ଝ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ପରିସ୍ଥିତି ଉଦ୍‌ବେଗଜନକ ବୋଲି ଆଜି ଘୋଷଣା କରିଛନ୍ତି।
ଚୀନ୍‌ରେ ଏବେ ୧୭ ସହରକୁ ଅଚଳ କରିଦିଆଯାଇଛି। ହୁୱେଇ ପ୍ରଦେଶରେ ୫୬ ନିୟୁତ ଲୋକଙ୍କୁ ପଦାକୁ ବାହାରିବାପାଇଁ ମନା କରାଯାଇଛି। ସମସ୍ତ ବ୍ୟବସାୟିକ କେନ୍ଦ୍ର ଏବଂ ପରିବହନ ବ୍ୟବସ୍ଥା ରହିଛି। ଉହାନ୍‌ରେ ଲୋକଙ୍କୁ ଘରୁ ଆଦୌ ନ ବାହାରିବାକୁ ପରାମର୍ଶ ‌ଦିଆଯାଇଛି। ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତର ଅଭାବ ଦେଖାଦେବାରୁ ଉହାନ୍‌ରେ ଏବେ ହସ୍ପିଟାଲଗୁଡ଼ିକରେ ପ୍ରାୟ ୪୫୦ ଜଣ ପିଏଲ୍‌ଏ (ପିପୁଲ୍ସ ଲିବରେସନ୍ ଆର୍ମି)ର ୪୫୦ ଡାକ୍ତର ନିୟୋଜିତ ହୋଇଛନ୍ତି।

Related posts

୬୦ ଲକ୍ଷ ଟପିଲା ଦେଶରେ କରୋନା ସଂକ୍ରମଣ

mahabharatanews

ମଟର କୁଲଚା

mahabharatanews

ଫଡନବିସଙ୍କୁ ସୁପ୍ରିମକୋର୍ଟର ଝଟକା

mahabharatanews