(ମହାଭାରତ, ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜର ଜଣେ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ ହୋଇଛି । ଏହା ପଛରେ ହିଞ୍ଜିଳିର ନଗର ଛାତ୍ର ସଭାପତିଙ୍କ ସମ୍ପୃକ୍ତି ଥିବା ଅପହୃତା ଛାତ୍ର୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି । ଅପହୃତା ଛାତ୍ରୀ ଜଣକ ସେହି କଲେଜର ଯୁକ୍ତ ୩ ଛାତ୍ରୀ ତୃପ୍ତିରାଣୀ ବେହେରା ବୋଲି ଜଣାପଡିଛି । ତେବେ ଏହି ଘଟଣା ପରେ ବିଜେଡି ନେତାଙ୍କୁ ଦଳର ଶାନ୍ତି ଶୃଙ୍ଖଳା ଭଙ୍ଗ କରିବା କାରଣ ଦର୍ଶାଇ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏନେଇ ଦଳ ବିଜେଡି ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜର ସାମ୍ନାରେ ଗତ ଶନିବାର +୩ ଶେଷ ବର୍ଷର ଜଣେ ଛାତ୍ରୀ ଗୁପଚୁପ ଖାଉଥିଲେ । ଏହି ସମୟରେ ଏକ ନମ୍ବର ନ ଥିବା ବାଇକ୍ରେ ୨ ଜଣ ଯୁବକ ଆସି ଛାତ୍ରୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ଏହା ଦେଖି କଲେଜର କିଛି ଛାତ୍ର ବିରୋଧ କରିଥିଲେ ମଧ୍ୟ ଛାତ୍ର ନେତା ସେମାନଙ୍କୁ ଧମକ ଦେଇ ସେଠାରୁ ଫେରାର ହୋଇଥିଲେ । ଖବର ପାଇ ଅପହୃତା ଛାତ୍ରୀଙ୍କ ବାପା ଏହି ଘଟଣାରେ ବିଜେଡିର ନଗର ସଭାପତି ସବୀର କୁମାର ପଣ୍ଡା ଓରଫ ରିଙ୍କୁ ତାଙ୍କ ଝିଅଙ୍କୁ ଅପହରଣ କରିଥିବା ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘଟଣାକୁ ନେଇ ଉକ୍ତ ଛାତ୍ର ନେତାଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କୁ ଦଳର ଶୃଙ୍ଖଳା ଭଙ୍ଗ କରିଥିବାରୁ ତାଙ୍କୁ ନଗର ସଭାପତି ପଦରୁ ବହିଷ୍କାର କରାଯାଇଥିବା ନେଇ ବିଜେଡି ପକ୍ଷରୁ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି । ଅପହୃତା ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।
previous post