ଓଡିଶା

କାର ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର ଆହତ

(ମହାଭାରତ, ବାଲେଶ୍ୱର): ଶନିବାର ସକାଳେ ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ନିଧିପଣ୍ଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ କାରରେ ଥିବା ୩ ଜଣ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି । ଏମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ହସ୍ପିଟାଲରେ ଏହି ପରିବାରର ଜଣେ ମହିଳା ପୂର୍ବରୁ ଚିକିତ୍ସାଧିନ ଥିଲେ । ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ଶନିବାର ତାଙ୍କର ଶବଦାହ କରାଯିବା ପାଇଁ ସକାଳୁ ରୁପ୍ସା ଅଣାଯାଉଥିଲା । ତେବେ ଅନ୍ୟ ଏକ ଗାଡିରେ ଶବ ଯାଉଥିବା ବେଳେ ପଛରେ ଯାଉଥିବା ପରିବାର ଲୋକଙ୍କ ଗାଡିଟି ରାସ୍ତା କଡରେ ଥିବା ଏକ ବାଡରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି ।

Related posts

ବାଲି ଓ ପଥର ମାଫିଆଙ୍କୁ ସରକାରଙ୍କ ଶକ୍ତ ଝଟକା…

mahabharatanews

ନିରୀକ୍ଷକଙ୍କ କର୍ଯ୍ୟାଳୟରେ ତାଲା ପକାଇଲେ ପଞ୍ଚାୟତ ବାସୀ

mahabharatanews

ପୁରୀ ପୋଲିସ ହାତରେ ୨ ବାଇକ ଲୁଟେରା

mahabharatanews