ଓଡିଶା

କାର-ବାଇକ୍ ମୁହାଁମୁହିଁ ଧକ୍କା, ୧ ମୃତ

(ମହାଭାରତ, ଭବାନୀପାଟଣା): କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଠାରେ ଏକ କାର ଓ ବାଇକ୍ର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ କାପସରା ଗାଁର ଉପାଶି ଧାଙ୍ଗଡାମାଝି ବୋଲି ଜଣାପଡିଛି । ସମସ୍ତ ଆହତଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି । ତେବେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଗାଡିକୁ ଅଟକ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଭବାନୀପାଟଣା-ବୋରିଗୁମ୍ମା ରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିଲା । ଶହ ଶହ ଗାଡି ରାସ୍ତାର ଦୁଇ ପାଶ୍ୱର୍ରେ ଅଟକି ରହିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପୋଲିସ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts

ହାତୀ ଆକ୍ରମଣ ଉପରେ ଲାଗିବ ରୋକ 

mahabharatanews

କେଶରୀ ମଲରେ ଅଗ୍ନିକାଣ୍ଡ

mahabharatanews

ରାଜ୍ୟରେ ପୁଣି ୫୪୩ କରୋନା ପଜିଟିଭ ଚିହ୍ନଟ,୧୪ ହଜାର ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews