ଓଡିଶା

କାଲିଠୁ ରାଜ୍ୟର ୫ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

(ମହାଭାରତ, ଭୁବନେଶ୍ୱର): ଭାରତରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହା ଏବେ ପ୍ରାୟ ସବୁ ରାଜ୍ୟର ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ ଘୋଷଣା କରିଛନ୍ତି । ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍ ଡାଉନ୍ ଘୋଷଣା କରିଛନନ୍ତିି । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା, ଅନୁଗୁଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍ ଡାଉନ ଘୋଷଣା ହୋଇଛି । ଏହି ୫ଟି ଜିଲ୍ଲାର ସବୁ ସହର ଓ ଗାଁ ବନ୍ଦ ରହିବ । ସେହିପରି ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ, ଯାଜପୁର ଟାଉନ ଆଦି ୮ଟି ଟାଉନକୁ ମୁଖ୍ୟମନ୍ତ୍ରୀ ଲକ୍ ଡାଉନ ଘୋଘଣା କରିଛନ୍ତି । ଆସନ୍ତା ୨୨ ତାରିଖ ସକାଳ ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସମ୍ପୂର୍ଣ୍ଣ ଲକ୍ ଡାଉନ ହେବ । ସମ୍ପୃକ୍ତ ଅଞ୍ଚଳରେ ସର୍ବାଧିକ ବିଦେଶ ଫେରନ୍ତା ଥିବାରୁ ଲକ୍ ଡାଉନ ଘୋଷଣା କରାଯାଇଛି । ତେବେ ଏହି ସମୟରେ ଏୟାରପୋର୍ଟ, ରେଲୱେ, ବସଷ୍ଟାଣ୍ଡ ଆଦି ଲକ୍ ଡାଉନ୍ ମୁକ୍ତ ରହିବ । ଲକ୍ ଡାଉନ୍ରେ ଅତ୍ୟାବଶ୍ୟକ ଦ୍ରବ୍ୟ ଦୋକାନ ଗୁଡିକ ଖୋଲା ରହିବ । ଏହି ସମୟରେ ବସ୍, ଟ୍ରେନ୍, ବିମାନସେବା, ସଉଦା, ପରିବା, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରାଲ ପମ୍ପ ଓ ମେଡିସିନ ଦୋକାନ ଖୋଲା ରହିବ । ମ୍ୟୁନିସିପାଲିଟି ସେବା, ପୋଲିସ, ଅଗ୍ନିଶମ ସେବା ଜାରି ରହିବ । ସରକାରଙ୍କର ଏହି ନିଷ୍ପତ୍ତିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏହି ଜିଲ୍ଲାଗୁଡିକର ଲୋକଙ୍କ ମଙ୍ଗଳ ପାଇଁ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଲକ୍ ଡାଉନ୍ ସମ୍ପର୍କରେ ଯିଏ ଏହି ନିୟମ ଭାଙ୍ଗିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ନନ୍ଦନକାନନକୁ ଆସିବେ ୨ ନୂଆ ଅତିଥି 

mahabharatanews

କୋଭିଡ-୧୯ ଯୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀର୍ଷରେ

mahabharatanews

ବିଧାୟକଙ୍କ ମା’ଙ୍କୁ କଂଗ୍ରେସ କର୍ମୀଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

mahabharatanews