ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଜିଲ୍ଲାର ଅନେକ ସ୍ଥାନରେ ଘର ଛପର ଉଡି ଯାଇଥିବା ବେଳେ ବଡ ବଡ ଗଛ ଟଳିପଡିଛି । ଗତ କାଲି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ ବର୍ଷା ହୋଇଥିଲା । ଏହି ଝଡି ବର୍ଷାରେ ଉଜୁଡି ଯାଇଛି ଗରିବଙ୍କ ଜମିର ଫସଲ । ବିଶେଷ କରି ଗତ କାଲି ସନ୍ଧ୍ୟାରେ ହଠାତ ପ୍ରବଳ ବେଗରେ କାଳ ବୈଶାଖୀର ଝଡ ହୋଇ ମାଲକାନଗିରି ବ୍ଲକ •ଲାଣଗୁଡା ପ•ଂୟତସ୍ଥ ବାଙ୍କିଗୁଡା ଗ୍ରାମର ରାମପଡିଆମିଙ୍କ ଘରର ଆଜବେଷ୍ଟସ ଛପର ଉଡାଇନେଇଥିଲା । ପରିବାର ଲୋକେ ପାଖପଡିଶା ଘରକୁ ଯାଇଥିବାରୁ ଭାଗ୍ୟବସତ ଅଳ୍ପକେ ବର୍ତି ଯାଇଛନ୍ତି । ସେମାନେ ଘରେ ଥିଲେ ସେମାନଙ୍କ ଉପରେ ଛପର ଗଳିପଡି ଆହତ ହୋଇଥାନ୍ତେ । ରାମ ପଡିଆମି ଜଣେ ଅତ୍ୟନ୍ତ ଗରିବ ଆଦିବାସୀ । କୁଲିମଜୁରୀ ଲାଗି ବହୁକଷ୍ଟରେ ଘରେ ଆଜବେଷ୍ଟସ ପକାଇଥିଲେ, ତାହା ଝଡବର୍ଷାରେ ଉଡିଯାଇଛି । ଘର ଛପର ଉଡାଇନେଇ କାନ୍ଥଭାଙ୍ଗି ଯାଇଥିବାରୁ ଘରେ ଥିବା ଧାନ, •ଉଳ, ମାଣ୍ଡିଆ,ଲୁଗାପଟା, ଆସବା ପତ୍ର ସବୁନଷ୍ଟ ହୋଇଯାଇଛି । ଘର ଭାଙ୍ଗି ଯାଇଥିବାରୁ ରାମଙ୍କ ପରିବାର ପରଘରେ ଏବେ ମୁଣ୍ଡଗୁଜିଂ ରହିଛନ୍ତି । ବାଙ୍କିଗୁଡା •ଲାଣଗୁଡା ମୁଖ୍ୟ ରାସ୍ତାରେ ବଡ ବଡ ଗଛ ଟଳିପଡି ରାସ୍ତା ଅବରୋଧ ହୋଇଯାଇଛି । ବାର୍ଷା ଯୋଗୁଁ ଜିଲ୍ଲାର ବିବିନ୍ନ ସ୍ଥାନରେ ଧାନ, ପନିପରିବା, •ଷ ମଧ୍ୟ ନଷ୍ଠ ହୋଇ ଯାଇଛି । ସମଗ୍ର ବିଶ୍ୱକୁ କରୋନା ମହାମାରି ଘାରି ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କାଳବୈଶାଖୀ ପୁଣି ଗରିବ ଆଦିବାସୀଙ୍କ ପାଇଁ ଦାଉସାଜିଛି ।
previous post