ଓଡିଶା

ଲକ ଡାଉନରେ ଦୋକାନ ଖୋଲିବାକୁ ଜିଲ୍ଲାପାଳଙ୍କ କଟକଣା

ସୂର୍ଯ୍ୟକାନ୍ତ ବେହେରା/ ମାଲକାନଗିରି: ସମଗ୍ର ବିଶ୍ୱରେ କରୋନା ମହାମାରୀର ରୂପ ନେଇଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷା ପାଇଁ ପ୍ରତିଶେଧକ ମୂଳକ ବ୍ୟବସ୍ଥା ନିମନ୍ତେ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଗ୍ରୀନ ଜୋନରେ ରହିଛି ମାଲକାନଗିରି ଜିଲ୍ଲା ,ଏହି ଜିଲ୍ଲାରେ ଜଣେ ମଧ୍ୟ କରୋନା ମହାମାରିରେ ସଂକ୍ରମଣ ହୋଇ ନଥିବାରୁ ଜିଲ୍ଲାବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ଲକ ଡାଉନ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । କିନ୍ତୁ ଏହି କୋହଳ କାରଣରୁ ମନଇଛା ଭାବେ ବିଭିନ୍ନ ଦୋକାନ ଓ ବ୍ୟବସାୟ ଅନୁଷ୍ଠାନଗୁଡିକ ଖୋଲିଦେଇ ଦୋକାନ ଆଗରେ ଗହଳି କରି ସାମାଜିକ ଦୂରତା ରକ୍ଷା କରୁନଥିବାରୁ ଦୋକାନ ଖୋଲାକୁ ନେଇ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଏ ଏକ ନୋଟିସ ଜାରି କରାଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଅଫିସ ଅର୍ଡର ମାଧ୍ୟମରେ ଏକ ସ୍ୱତନ୍ତ୍ର ନୋଟିସ ଜାରିକରିଛନ୍ତି ।

ଲୁଗାଦୋକାନ,ଗୋଦୋମ, ଜୋତା ଦୋକାନ,•, କଫି ଦୋକାନ,ପୋନ ଦୋକାନ, ସେଲୁନ,ବିୟୁଟି ପାର୍ଲର,ମଦ ଦୋକାନ, ମଦବାର,ବ୍ୟାୟମଶାଳା,ପାର୍କ ଗୁଡିକ ବନ୍ଦରଖିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ସକାଳ୭ଟା ଠାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟାନ୍ତ ତେଜରାତୀ,ପନିପରିବା,ସାର, ବିହନ,କୃଷିଯନ୍ତ୍ରପତି,ସିମେଟଂ,ରଡ,ବହି ଦୋକାନ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକରେ ୫୦ପ୍ରତିଶତ କର୍ମା•ରିମାନଙ୍କୁ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମସ୍ତେ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷାକରି ଖୋଲିବାକୁ କୁହାଯାଇଛି । କୌଣସି ଦୋକାନ ଆଗରେ ଗହଳି ନକରି ସାମାଜିକ ଦୂରତା ରକ୍ଷା କରି କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାବିକା ହୋଇପାରିବ । ସରକାରୀ ଲାଇସେନ୍ସ ପ୍ରାପ୍ତ ରେଷ୍ଟୁରେଟଂ ଗୁଡିକ ଦିନ୮ଟା ଠାରୁ ମଧ୍ୟାହ୍ନ ୨ଟି ଓ ସନ୍ଧ୍ୟା୫ଟା ଠାରୁ ରାତ୍ର୯ଟା ପର୍ଯ୍ୟନ୍ତ କେବଳ ହୋମ ଡେଲିଭେରି କରିପାରିବେ ବୋଲି ଜିଲ୍ଲାପାଳ ନୋଟିସ ମାଧ୍ୟମରେ ସୂଚନା ଦେଇଛନ୍ତି !

Related posts

ରେଳ ଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

mahabharatanews

ଜଗତସିଂହପୁର ଧର୍ମାନୁଷ୍ଠାନକୁ ଗ୍ରୀନ ସିଗନାଲ

mahabharatanews

ଭୁବନେଶ୍ୱର କେୟାର ହସ୍ପିଟାଲରେ ଆଜିଠାରୁ ସ୍ପୁଟିନିକ ଭି ଟୀକାକରଣ ଆରମ୍ଭ

mahabharatanews