(ମହାଭାରତ): ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ‘ଚାଣକ୍ୟ ନୀତି’ରେ ନିଜ ଜୀବନର ଅନୁଭବକୁ ଉଲ୍ଲେଖ କରିଛନ୍ତି । ଏଥିରେ ସେ ଜୀବନରେ ସଠିକ୍ ମାର୍ଗରେ ବଞ୍ଚିବା ବିଷୟରେ କହିଛନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କୁ ଆଜି ଭାରତୀୟ ଇତିହାସର ମହାନ ବିଦ୍ୱାନଙ୍କ ସ୍ଥାନ ଦିଆଯାଇଛି । ଯଦି ତାଙ୍କ କଥା ଉପରେ ଧ୍ୟାନ ଦିଆଯାଏ ତେବେ ବ୍ୟକ୍ତି ଜୀବନରେ କେବେ ବି ପରାଜୟ ହୋଇପାରିବେ ନାହିଁ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁଯାୟୀ ଜୀବନରେ ଏହି ୪ଟି ଜିନିଷ କାହା ଆଗରେ ପ୍ରକାଶ କରିବା ଅନଚିତ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ୪ଟି କଥା ।
ଅଧିକାଂଶ ଲୋକମାନେ ନଜର ଛୋଟ ଛୋଟ ସମସ୍ୟାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଗରେ ପ୍ରକାଶ କରିଥାନ୍ତି । ଚାଣକ୍ୟ ନୀତି ଅନୁଯାୟୀ ଏପରି କରିବା ଉଚିତ୍ ହୋଇନଥାଏ । ନିଜର ଦୁଃଖ,ଯନ୍ତ୍ରଣା ଏବଂ ସମସ୍ୟାକୁ ଅନ୍ୟ ଆଗରେ ପ୍ରକାଶ କରି ଆମେ ନିଜର ବହୁତ ବଡ କ୍ଷତି କରିଥାଉ । ଅନ୍ୟ ଲୋକ ପାଖରେ ଏତେ ବି ସମୟ ନଥାଏ ଯେ, ସେ ଆପଣଙ୍କ ଦୁଃଖ-ଯନ୍ତ୍ରଣାକୁ ବୁଝିବେ । ଅଧିକାଂଶ ଲୋକମାନେ ଆପଣଙ୍କ ଆଗରେ ସାନ୍ତନା ଦେବେ କିନ୍ତୁ ଆପଣ ସେଠାରୁ ଯିବା ପରେ ଆପଣଙ୍କ ମଜାକ୍ କରିବାକୁ ଲାଗିଯିବେ । ଏହି କାରଣରୁ ଯିଏ ଆପଣଙ୍କ ଅତି ନିକଟରେ ଏବଂ ଯାହାଙ୍କୁ ଆପଣ ପୁରା ବିଶ୍ୱାସ କରିଥାନ୍ତି ।
ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁଯାୟୀ ଜୀବନରେ ହୋଇଥିବା ଅପମାନକୁ କେବେ ବି କାହା ଆଗରେ କହିବା ଅନୁଚିତ । କାରଣ ଜୀବନରେ ଏପରି ଅନେକ ଘଟଣା ଘଟିଥାଏ, ଯେତେବେଳେ ଆମର ମଜାକ୍ ହୋଇଥାଏ । ଯଦି ଆପଣଙ୍କ ଜୀବନରେ କେବେ ବି ଅପମାନ ହୋଇଥାଏ ତେବେ ସେହି ଘଟଣାକୁ ସର୍ବଦା ନିଜ ମନ ଭିତରେ ରଖନ୍ତୁ । କାରଣ ଜୀବନରେ ଖୁବ୍ କମ୍ ଆମ ଜୀବନର ମୂଲ୍ୟ ନେଇଥାନ୍ତି ।
ଯେତେବେଳେ ନିଜ ଘର କଥା ଲୋକଙ୍କ ଆଗରେ ପ୍ରକାଶ କରିଥାନ୍ତି ସେତେବେଳେ ଆମ ଘରର ଛୋଟ ଛୋଟ କଥା ମଧ୍ୟ ବାହାର ଲୋକଙ୍କୁ ଜଣା ପଡିଯାଇଥାଏ । ଯାହାର ଫାଇଦା ଉଠାଇ ଲୋକମାନେ ଷଡଯନ୍ତ୍ର କରି ଘରେ କଳହ ସୃଷ୍ଟି କରିଥାନ୍ତି । ବିଶେଷ ରୂପେ କୌଣସି ବ୍ୟକ୍ତିଙ୍କ ଆଗରେ ନିଜ ପତ୍ନୀଙ୍କ ଚିରତ୍ର ବିଷୟରେ କୁହନ୍ତୁ ନାହିଁ । କାରଣ ପତ୍ନୀଙ୍କ ସିଧା ସମ୍ବନ୍ଧ ପତିଙ୍କ ସହ ରହିଥ।।ଏ ଏବଂ ପତ୍ନୀଙ୍କ ଅପମାନର ଅର୍ଥ ହେଉଛି ପତିଙ୍କ ଅପମାନ ।
ଜୀବନରେ ଅନେକ ଥର ଆର୍ଥିକ ସ୍ଥିତି ଠିକ୍ ରହିନଥାଏ । କେବେ ବି ଏଭଳି ସମୟ ଆସିଥାଏ ଯେଉଁ ସମୟରେ ଆମ ପାଖରେ ଧନର ଅଭାବ ଅନେକ ରହିଥାଏ । ଚାଣକ୍ୟଙ୍କ ନୀତି ଅନୁଯାୟୀ ଆମେ ଏଭଳି ସମୟରେ ନିଜ କଥା କାହାକୁ କହିବା ଅନୁଚିତ । କାରଣ ଏଭଳି ପରିସ୍ଥିତିରେ କେହି ଭି ଯାହାଯ୍ୟ କରିବାକୁ ଆଗକୁ ଆସିନଥାନ୍ତି । ଏହି ସମୟରେ ଆମେ ମଜବୁତର ସହ ଆଗକୁ ବଢିବା ଉଚିତ ।