Uncategorized

କିମ ଜୋଙ୍ଗ ଜୀବିତ ଓ ସୁସ୍ଥ: ଦକ୍ଷିଣ କୋରିଆ

ସିଓଲ୍: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍-ଉନ୍ଙ୍କ ମୃତ୍ୟୁକୁ ନେଇ ପ୍ରଚାର ଖବର ସମ୍ପୂର୍ଣ୍ଣ ଗୁଜବ । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କ ଜଣେ ଶୀର୍ଷସ୍ତରୀୟ ନିରାପତ୍ତା ଉପଦେଷ୍ଟା କହିଛନ୍ତି। ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କ ଜାତୀୟ ନିରାପତ୍ତା ସମ୍ବନ୍ଧୀୟ ସ୍ବତନ୍ତ୍ର ଉପଦେଷ୍ଟା ମୁନ୍ ଚୁଙ୍ଗ୍-ଇନ୍ କହିଛନ୍ତି, ଆମ ସରକାରଙ୍କ ଅନୁସନ୍ଧାନ ବିଶ୍ବାସଯୋଗ୍ୟ ଯେ ‘କିମ୍ ଜୋଙ୍ଗ୍-ଉନ୍ ଜୀବିତ ଓ ସୁସ୍ଥ ଥିବା ଜଣାପଡିଛି । ସିଏନଏନକୁ ସାକ୍ଷାତକାରରେ ଇନ ଏହା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଏପ୍ରିଲ୍ ୧୩ ତାରିଖ ଠାରୁ ଉତ୍ତର କୋରିଆର ପୂର୍ବତଟରେ ଥିବା ରିସର୍ଟ ନଗରୀ ୱନ୍‌ସନ୍‌ରେ କିମ୍ ଅଛନ୍ତି। ଏ ପର୍ୟ୍ୟନ୍ତ କୌଣସି ସନ୍ଦେହଜନକ ଗତିବିଧି ପରିଲକ୍ଷିତ ହୋଇନାହିଁ। ଏପ୍ରିଲ୍ ୧୫ ତାରିଖ ଦିନ ଅନୁଷ୍ଠିତ ‌ହୋଇଯାଇଥିବା ଉତ୍ତର କୋରିଆର ପ୍ରତିଷ୍ଠାତା ପ୍ରଥମ କିମ୍‌ଙ୍କ ଜୟନ୍ତୀରେ କିମ୍‌ଙ୍କ ଅନୁପସ୍ଥିତି ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ନାନା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏପରି କି ତାଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଥିଲା । ତେବେ କିମ୍‌ଙ୍କର ଜଣେ ବ୍ୟକ୍ତିଗତ ଅଙ୍ଗରକ୍ଷୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ କିମ୍ ଉକ୍ତ ଉତ୍ସବରେ ଯୋଗ ଦେଇ ନ ଥିଲେ।

Related posts

 ଜୁଲାଇରେ ଅନ୍ତରାଷ୍ଟ୍ରୀ ବିମାନ ଉଡାଣକୁ ନେଇ ହେବ ନିଷ୍ପତ୍ତି

mahabharatanews

ସିଙ୍ଗଡା ଦାମ କୁ ନେଇ ମହାଭାରତ

mahabharatanews

୨୨ ପୂର୍ବରୁ ତିହାର ଜେଲରେ ପରୀକ୍ଷାମୂଳକ ଫାଶୀ

mahabharatanews