ରାଇରଙ୍ଗପୁର: ଦଲାଲ କବଜାରେ ପେଶି ହେଉଛନ୍ତି ନିରୀହ ଅ।ଦିବାସୀ । ବ୍ୟାଙ୍କ ଠକେଇ ମାମଲା ନେଇ ଶୋଷିତ ହୋଇଥିବା ୫୦ ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଆଦିବାସୀ ଗୁରୁବାର ଦିନ ରାଇରଙ୍ଗପୁର ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ୨୦୧୬/୧୭ ମସିହାରେ କୃଷି ଋଣ ଛାଡ ହେବ କହି ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଣ୍ଢଳ ଗ୍ରାମର ୫୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଯୋଡାମହୁଲ ଗ୍ରାମର ଗୋପିନାଥ ମାହାଲି ଏବଂ ରାମ ରଂଜନ ମାହାଲି । ଦଲାଲମାନେ ବ୍ୟାଙ୍କ ଅଫ ଇଣ୍ଡିଅ ।, ଊଚିଣ୍ଡା, ରାଇରଙ୍ଗପୁରର ଦୁଇଜଣ କର୍ମ•ରଙ୍କୁ ହାତ କରି ଋଣ କରାଇଥିଲେ । କିନ୍ତୁ ଋଣ ପାଇଥିବା ଲୋକମାନଙ୍କ ପାଖରୁ ୧/୩ଅଂଶ ଟଙ୍କା ଦଲାଲ ଏବଂ ବ୍ୟାଙ୍କ କର୍ମ•ରୀ ଅ।ତ୍ମସାତ କରିଛନ୍ତି । ଫଳରେ ନିରୀହ ଅ ।ଦିବାସୀ ଋଣ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି ।
ଅନ୍ୟ ପଟରେ ମଂଜୁର ହୋଇଥିବା ଋଣ ଅର୍ଥ ଏବଂ ସୁଧ ଅ।ଦାୟ କରୁଛି ବ୍ୟାଙ୍କ । ଯେଉଁ ଏଗ୍ରିମେଣ୍ଟ ହୋଇଥିଲା ତାହା ଖିଲାପ କରାଯାଇଛି । ଯେଉଁମାନଙ୍କ ନାମରେ ଋଣ ସାଙ୍କସନ ହୋଇଥିଲା ସେମାନଙ୍କ ପାଖକୁ ବ୍ୟାଙ୍କ କର୍ମଚାରୀ ଚିଠି ପରେ ଚିଠି ପଠାଇବା ସହ କର୍ମଚାରୀ ପଠାଉଛନ୍ତି । ଫଳରେ ଋଣର ଗୋଟିଏ ବି ଟଙ୍କା ପାଇ ନ ଥିବା ଆଦିବାସୀମାନେ ଏହାକୁ ନେଇ ଚିନ୍ତାରେ । ତେଣୁ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅ।ଦିବାସୀ ଭାଇଭଉଣୀ ଥାନାରେ ଏତଲା ଦେଇଥିଲେ । ଏହାକୁ ନେଇ କେଶ ନମ୍ବର ୦୪ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୁଲିସ ।