ଓଡିଶା

ହିଜବୁଲ ମୁଜାହିଦୀନ କମାଣ୍ଡର ଫସିରହିଛି ସୁରକ୍ଷା କର୍ଡନରେ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାର ବେଇଗ୍‌ପୋରା ଗ୍ରାମରେ ଆଜି ପ୍ରତ୍ୟୁଷରୁ ନିରାପତ୍ତା ବଳଙ୍କ କର୍ଡନ୍ ଘେରରେ ହିଜ୍‌ବ୍‌-ଉଲ୍-ମୁଜାହିଦୀନର କମାଣ୍ଡର୍ ରିୟାଜ୍ ନାଇକୁ ଫସି ରହିଥିବା ସୂଚନା ମିଳିଛି । ଏହି କୁଖ୍ୟାତ ଆତଙ୍କବାଦୀକୁ ଧରିବା ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ନାଇକୁ ଜୀବନ୍ତ ବା ମୃତ ଧରିଲେ ଏହା ସ୍ଥାନୀୟ ଅଞ୍ଚଳର ଆତଙ୍କବାଦୀ ସଂଗଠନ ଉପରେ ପଡ଼ ପ୍ରହାର ହେବ।

ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ସୂଚନା ପାଇବା ପରେ ଜମ୍ମୁ ଓ କଶ୍ମୀର ପୁଲିସ ଓ ନିରାପତ୍ତା ବଳର ଏକ ମିଳିତ ଦଳ ମଙ୍ଗଳବାର ବିଳମ୍ବିତ ରାତ୍ରୀରୁ ତଲାସ ଅଭିଯାନ ଚଳାଇ ଥିଲା। ଗୁଲ୍‌ଜାପୋରା ଗାଁ ହେଉଛି ହିଜ୍‌ବୁଲ୍‌ର କାର୍ୟ୍ୟନିର୍ବାହୀ ମୁଖ୍ୟ ରିୟାଜ୍ ନାଇକୁର ଜନ୍ମମାଟି। ଏବେ କଶ୍ମୀର ଉପତ୍ୟକାରେ ସେ ସବୁଠୁ ସକ୍ରିୟ କମାଣ୍ଡର୍ ଭାବେ କାମ କରୁଛି । ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଦୁଇଟି ତଲାସ ଅଭିଯାନ ଚଳାଇ ନିରାପତ୍ତା ବଳ ଜଣେ ଆତଙ୍କବାଦୀକୁ ନିପାତ କରିଥିଲା।

Related posts

ମାଓବାଦୀଙ୍କ ତାଣ୍ଡବ : ଜାଳିଦେଲେ ୧୪ଗାଡ଼ି    

mahabharatanews

ସ୍ଥଗିତ ଥିବା ପଞ୍ଚାୟତ ନିର୍ବାଚନରେ ବି ଜିତି‌ଲେ ବିଜେଡି ପ୍ରାର୍ଥୀ

mahabharatanews

ଗଜପତି ମହୋତ୍ସବ-୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews