ଓଡିଶା

ବାରକୋଟ ଥାନା ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆଜି ଦେବଗଡ ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାରକୋଟ ଥାନା ପରିସରରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିର କୁ ଦେବଗଡ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅନିଲ କୁମାର ମିଶ୍ର ଫିତା କାଟି ଶିବିର କୁ ଉଦଘାଟନ କରିଥିଲେ। ଆଜି ଦିନ ନଅ ଘଟିକା ସମୟରୁ ଏହି ରକ୍ତଦାନ ଶିବିର ଆରମ୍ଭ ହୋଇଥିବାବେଳେ ସ୍ୱଇଚ୍ଛାରେ , ଷ୍ଟ୍ରାକିଙ୍ଗ ଫୋର୍ସ ଓଡ଼ିଶା,ଯୁବ ଗୋଷ୍ଠୀ, ଗୃହିଣୀ, କଲେଜ ଛାତ୍ର ଛାତ୍ରୀ,  ଏବଂ ସମସ୍ତ ଜନ ସାଧାରଣ ରକ୍ତଦାନ କରିଥିଲେ। ଆଜିର ରକ୍ତଦାନ ଶିବିରରେ ୫୪ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା।

ଏହି ପରିପେକ୍ଷିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ଆୟୋଜନ କରିଥିବା ବାରକୋଟ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇ ତଥା ସ୍ୱଇଛାରେ ରକ୍ତଦାନ କରିଥିବା ବାରକୋଟର ବ୍ୟକ୍ତି ବିଶେଷ ମାନଙ୍କୁ ଧନ୍ୟବାଦ ଦେବାସହ, ଏହି କାର୍ଯ୍ୟକ୍ରମ ଆଗକୁ ଜାରିରହିବ ବୋଲି ଗଣ ମାଧ୍ୟମ ଆଗେ ପ୍ରକାଶ କରିଥିଲେ।

Related posts

ଓଲଟିଲା ଧାନ ବୋଝେଇ ଟ୍ରକ

mahabharatanews

ବିଜେପିରେ ସାମିଲ ହେଲେ ଅରବିନ୍ଦ ଢାଲି 

mahabharatanews

ଘର ଛାତ ପଡି କାର୍ୟ୍ୟରତ ଶ୍ରମିକ ମୃତ

mahabharatanews