Uncategorized

କେଉଁଠି କରିବେନି ଠାକୁରଘର

୧. ବାସ୍ତୁଶାସ୍ତ୍ର ଅନୁସାରେ ଠାକୁରଘର କେବେବି ଶିଡ଼ିତଳେ କରିବା ଉଚିତ ନୁହେଁ । ଘରେ ଅଯଥା କଳହ ଲାଗି ରହିବ । ପରିବାର ସଦସ୍ୟଙ୍କୁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡ଼ିବୟ ଧନହାନି ବି ହୋଇପାରେ ।
୨. ବେସ୍ମେଣ୍ଟ(ଭୂତଳ ଘର)ରେ ବି ପୂଜାଘର କରିବା ଉଚିତ ନୁହେଁ । ଏଭଳି କଲେ ପୂଜାର ଫଳ ମିଳି ନ ଥାଏ । ସମସ୍ୟା ଉପରେ ସମସ୍ୟା ଅ ।ସିଥାଏ ।
୩. ବାସ୍ତୁଶାସ୍ତ୍ର ଅନୁଯାୟୀ ଶୟନକକ୍ଷକୁ କେବେ ବି ପୂଜାଘର କରିବା ଠିକ୍ ନୁହେଁ । ଯଦି ଅନ୍ୟ କୌଣସି ଉପାୟ ନ ଥାଏ, ତେବେ ପୂଜାଘର •ରିପଟେ ପରଦା ଲଗାଇଦେବେ । ଏହାବାଦ୍ ଶୟନକକ୍ଷର ଉତ୍ତର-ପୂର୍ବ ଦିଗରେ ହିଁ ପୂଜାଘର କରିବେ । ପୂଜା ଘରର ରଙ୍ଗ ଧଳା ଓ କ୍ରିମ କଲେ ଭଲ ।
୪. ଘରେ ମନ୍ଦିରର ସ୍ଥାନ ଯେମିତି ମହତ୍ତ୍ୱ ପୂର୍ଣ୍ଣ, ତା’ ମଧ୍ୟସ୍ଥ ମୂର୍ତ୍ତିର ମହତ୍ତ୍ୱ ବି ବେଶ୍ ରହିଛିୟ ମୂର୍ତ୍ତିର ଅ ।କାର ୮ ଇଞ୍ଚରୁ ଅଧିକ ହେବା ଉଚିତ ନୁହେଁ । ଏଭଳି ନ ହେଲେ ଘରର ମୁଖିଅ ।ଙ୍କୁ ସନ୍ତାନଙ୍କଠାରୁ କଷ୍ଟ ମିଳିବା ଯୋଗ ବନିଯାଏ ।
୫. ଧ୍ୟାନ ଦେବା ଜରୁରୀ ଯେ, ଭଗବାନଙ୍କ ଫଟୋ ହେଉ କି ମୂର୍ତ୍ତି, ତାକୁ କେବେବି ଘରର ନୈଋତ କୋଣରେ ରଖିବେ ନାହିଁ । ଏଭଳି କଲେ ଘରର ସଦସ୍ୟଙ୍କ ଜୀବନରେ ସମସ୍ୟା ହିଁ ସମସ୍ୟା ଅ ।ସିଥାଏ ।
୬. ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜାଘରେ କେବେବି ଶ୍ରୀ ଗଣେଶ ଓ ଭଗବତୀ ଦେବୀଙ୍କର ତିନୋଟି ପ୍ରତିମା ରଖିବେ ନାହିଁ । ଏହାବାଦ୍ ୨ଟି ଶଙ୍ଖ, ୨ଟି ସୂର୍ଯ୍ୟଦେବଙ୍କ ପ୍ରତିମା ଓ ଦୁଇଟି ଶାଳଗ୍ରାମ ବି ରଖିବେ ନାହିଁ । ନଚେତ ମନ ସବୁବେଳେ ବିଚଳିତ ରହିବ । ଧନହାନି ବି ହୋଇପାରେ ।

Related posts

ପାକ୍ ଅସ୍ତ୍ରବିରତି ଉଲ୍ଲଙ୍ଘନ: ୨ ଯବାନ ସହିତ

mahabharatanews

ଆସନ୍ତା କାଲି ପ୍ରଧାନ ମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ

mahabharatanews

ସପ୍ତାହକ ମଧ୍ୟରେ ପୁଣି ଆରମ୍ଭ ହୋଇପାରେ ବିମାନ ସେବା

mahabharatanews