ଓଡିଶା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତଳିକା ଦାହ

କେନ୍ଦ୍ରାପଡା: ସାରା ଭାରତବର୍ଷରେ କେନ୍ଦ୍ର ସରକାର ଲଗାଇଥିବା ନିଁଆ ଆଜି ଦିଲ୍ଲୀରେ ଉଗ୍ରରୂପ ଧାରଣ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସଦ୍ୟ ଘୋଷଣା ପ୍ରତ୍ୟେକ୍ଷ ଭାବେ ଘଟଣାକୁ ଜଟିଳ ଅବସ୍ଥାକୁ ନେଇଯାଇଛି । ତାହାର ପ୍ରତିବାଦରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରାଯାଇ ତାଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ପୈାରପାଳ ମହମ୍ମଦ ଆକବର ଅଲ୍ଲୀ, ରାଜ୍ୟ କଂଗ୍ରେସ ଓବିସି ସେଲର ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ, ଉପସଭାପତି ସଞ୍ଜୟ ରାଉତ, ହିବଜୁର ରହେମାନ, କମଳାକାନ୍ତ ବେହେରା, ମୁକ୍ତାର ଖାଁ, ବିଧୁଭୂଷଣ ମହାପାତ୍ର, ନଗର ସଭାପତି ସୈାମେନ୍ଦ୍ର ପୃଷ୍ଟି, ଜିଲ୍ଲା ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସୟଦ ଅବଦୁଲ ସତ୍ତାର, ମୀର ମୁର୍ଶିଦ, ମହେନ୍ଦ୍ର ପରିଡା, ବିଭ୍ରଂଶୁ ଶେଖର ଲେଙ୍କା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Related posts

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ

mahabharatanews

କଂଗ୍ରେସ ନେତା ତାରା ପ୍ରସାଦ ଅସୁସ୍ଥ

mahabharatanews

ଛତ୍ରପୁର ଥାନାକୁ ଅଚାନକ ପରିଦର୍ଶନ କଲେ ଏସପି

mahabharatanews