ଓଡିଶା

କୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା

କଟକ ସଦର ଅନ୍ତର୍ଗତ କିଶନନଗର ଗିରିଧାରୀ ମଠ ପରିସରରେ ରାଜ୍ୟ ଯୋଜନା ଆନୁକୁଲ୍ୟରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ଲକ ଉଦ୍ୟାନ କୃଷି ସହକାରୀ ଅଧିକାରିଣୀ ପଦ୍ମିନୀ ବଳଙ୍କ ପୌରୋହିତ୍ୟ ଓ କୃଷିଵିତ୍ ରଘୁନାଥ ଚୌଧୁରୀଙ୍କ ସଂଯୋଜନାରେ ଆୟୋଜିତ କର୍ମଶାଳାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ ଙ୍କ ସମେତ କୃଷି, ମତ୍ସ୍ୟ,ପଶୁ ସଂପଦ, ମୂର୍ତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ମାନେ ଯୋଗ ଦେଇ କୃଷକ ଓ କୃଷିର ଉନ୍ନତି ପାଇଁ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ଚିତ୍ତରଞ୍ଜନ ସାହୁ, ବିମଳ ପଣ୍ଡା, ଶୁଭେନ୍ଦୁ ଶେଖର ପଣ୍ଡା,ସମୀର ସେନାପତି, କ୍ଷିତେନ୍ଦ୍ର ମିତ୍ର, ରତ୍ନାକର ରାଉତ, ଦିପୁ ମଣ୍ଡଲ, ପ୍ରଦୀପ୍ତ ଦାସ ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ।

Related posts

ଭିଜିଲାନ୍ସ ଜାଲରେ ଆରଆଇ

mahabharatanews

ଗାଁ ଗାଁରେ ଦେଶୀ ମଦ ବନ୍ୟା, ଅବକାରୀ ବିଭାଗ ଚୁପ୍

mahabharatanews

ଦକ୍ଷିଣାଞ୍ଚଳ କମାଣ୍ଡର ସିପି ମହାନ୍ତି

mahabharatanews