ଓଡିଶା

କେନ୍ଦ୍ର ମାର୍ଗନିର୍ଦ୍ଦେଶିକା ପଢିବାକୁ ବିଜେଡି ମୁଖପାତ୍ରଙ୍କ ଅନୁରୋଧ

ଭୁବନେଶ୍ୱର: କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଓ ଦେଶରେ କୋଭିଡ ମନିଟରିଂ କରୁଥିବା ଜାତୀୟ ସଂସ୍ଥା ଆଇସିଏମଆର କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିମାନଙ୍କର କୋଭିଡ ପରୀକ୍ଷା ପାଇଁ ମାର୍ଗନିର୍ଦ୍ଦେଶିକା ଜାରି କରିଛନ୍ତି । ତେଣୁ ବିଜେପି ନେତାମାନେ ବୟାନବାଜି ପୂର୍ବରୁ କେନ୍ଦ୍ର ମାର୍ଗନିର୍ଦ୍ଦେଶିକା ପଢିନେବାକୁ କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ବିଜେପି ପ୍ରଶ୍ନର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶା ସରକାର ଆଇସିଏମଆର ମାର୍ଗଦର୍ଶିକା ଆଧାରରେ କରୋନା ପରୀକ୍ଷା କରୁଛନ୍ତି । କାରଣ ଓଡିଶାରେ କରୋନା ଏବେ ନିୟନ୍ତ୍ରଣାଧିନ ରହଛିି । ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ ଓଡିଶା ସରକାର ମିଶା ମିଶି ଭାବେ କରୋନା ପରୀକ୍ଷା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡିଶାରେ କରୋନା ପରୀକ୍ଷା କ୍ଷମତା ଦୈନିକ ୧୫ହଜାରକୁ ବୃଦ୍ଧି ପାଇଛି, କିନ୍ତୁ ଓଡିଶା ସରକାର ଉଭୟ ଆଇସିଏମଆର ଓ କେନ୍ଦ୍ର ସରକାରଙ୍କ ମାର୍ଗନିର୍ଦ୍ଦେଶିକା ଆଧାରରେ ପରୀକ୍ଷା କରୁଛନ୍ତି । ଦେଶର ଅନ୍ୟ ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟମାନେ ମଧ୍ୟ ଅନୁରୂପ ମାର୍ଗଦର୍ଶିକାକୁ ଅନୁସରଣ କରୁଛନ୍ତି । ତେଣୁ ଏଭଳି ଏକ ସ୍ପର୍ଶକାତର ଘଟଣାରେ ରାଜନୀତି କରିବା ପୂର୍ବରୁ ବିଜେପି ନେତାମାନେ ପ୍ରଥମେ କେନ୍ଦ୍ରର ମାର୍ଗଦର୍ଶିକା ପଢନ୍ତୁ ବୋଲି ଡକ୍ଟର ପାତ୍ର କହିଛନ୍ତି । କରୋନା ଯୁଦ୍ଧ ମୁକାବିଲାରେ ଆମେ ଏବେ ମଧ୍ୟବର୍ତ୍ତୀ ସ୍ଥିତିରେ ଥିବାରୁ ବିଜେପି ଏଭଳି ହୀନ ରାଜନୀତି କରିବା ଉଚିତ ନୁହେଁ । ଓଡିଶାର ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିଏମସି) ରଣନୀତି ଯାହାକି ଦେଶର ଅନ୍ୟ କୌଣସି ରାଜ୍ୟ ଆପେଣେଇ ନାହାନ୍ତି, ସେଥିଯୋଗୁଁ କରୋନା ମୁକାବିଲା କ୍ଷେତ୍ରରେ ଓଡିଶା ବେଶ ଭଲ ସ୍ଥିତିରେ ଅଛି । କେଉଁ ବିଜେପି ଶାସିତ ରାଜ୍ୟ ପଞ୍ଚାୟତ ସ୍ତରରେ ଟିଏମସି ଭଳି ବ୍ୟବସ୍ଥା କରିଛନ୍ତି ତାହା ବିଜେପି ମୁଖପାତ୍ର ମାନେ କହିପାରିବେ କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି । ଓଡିଶା ବ୍ୟତିତ ଅନ୍ୟ କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ନଥିବା ସେ କହିଛନ୍ତି ।

Related posts

ଦିଲ୍ଲୀରୁ ଆସି ମନମୋହନଙ୍କ ଦମ୍ଭୋକ୍ତି : ୫ ବର୍ଷରେ ୧୦ ଗୁଣା କାମ କରିବୁ

mahabharatanews

ମାଗଣା ମଧୁମେହ ପରୀକ୍ଷା ଶିବିର

mahabharatanews

ରେଳ ଦୁର୍ଘଟଣା ; ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ୍ୟୁ

mahabharatanews