(ଭୁବନେଶ୍ୱର) : ନବୀନ ଗ୍ୟାରେଣ୍ଟି ନମ୍ବର ୨୦ । ଭାଷା ହିଁ ଭବିଷ୍ୟତ. ଏହା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ଗ୍ୟାରେଣ୍ଟି ଦେଉଛନ୍ତି ଓଡ଼ିଶାଙ୍କୁ, ତାହା ଅଭୁମୁଖ୍ୟ ୨୦୩୪ ଭାରତରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଗଢି ତୋଳିବା । ୧୯୩୬ରେ ଭାଷାଭିତିକ ରାଜ୍ୟ ହୋଇଥିଲା ଓଡିଶା । ୨୦୦୦ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ୨୦ ଫେବୃଆରୀ ୨୦୧୪ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା ।
ଏହା ପୂର୍ବରୁ ମିଳିବାର ଥିଲା । ୭ ଜୁନ ୨୦୨୦ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ମିଳିଲା । ଓଡିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ପାଇଁ ବାରମ୍ବାର ଦାବି କରିଛୁ , ହେଲେ ମିଳିଲାନି. ଓଡ଼ିଆ ବିଶ୍ୱବିଦ୍ୟାଳୟ ଏକ ସ୍ୱର୍ଣ୍ଣିମ ଇତିହାସ ଆଣିଛି । ଓଡ଼ିଶା ସଂସ୍କୃତିର ପ୍ରତୀକ କଳାକାର ୪୫୧୦୨ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି ପ୍ରଦାନ କରାଯାଉଛି । ଏହାକୁ ଆଉ ୮୦ ହଜାର କଳାକାରଙ୍କୁ ଦିଆଯିବ। ପୁରୀ ବସିଥିଲି ଐତିହ୍ୟ କ୍ୟାବିନେଟ ଭାରତର ପ୍ରଥମ ରାଜ୍ୟ ଓଡ଼ିଶା ଯିଏ ଐତିହ୍ୟ କ୍ୟାବିନେଟ କରିଛି । ହେଲେ କେନ୍ଦ୍ରର ଓଡ଼ିଆ ଅସ୍ମିତା ପାଇଁ କଣ ଅଛି ହୃଦୟରେ, ତାହା ଜଣା ପଡୁଛି । କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଆ ଅସ୍ମିତାର ପ୍ରୀତି ନାହିଁ । ଆମେ ଏହାକୁ ବିରୋଧ କରୁଛୁ । ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆଯାଇ ନାହିଁ। ସେହି ଜଣେ ଯାହାର ଯୋଗ୍ୟତା ଅଛି । ହେଲେ ଏଯାଏ ଅଣଦେଖା କରାଯାଇଛି । ସଂସଦରେ ଏ କଥା ଉଠାଇଛୁ । ଦୁଃଖର କଥା, ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି । ସେମାନେ ବିଜୁ ବାବୁଙ୍କୁ ସ୍ୱୀକୃତି ଦେଉ ନାହାନ୍ତି ।
