ଓଡିଶା

ଗ୍ରାମକୁ ରାସ୍ତା ମରାମତି ପାଇଁ ଦାବି

(ସୋନପୁର / ଓମ୍ ପ୍ରକାଶ ମିଶ୍ର) ; ଏବେ ରାସ୍ତା ମରାମତି ଗ୍ରାମବାସୀଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ଉପୁଜାଇଛି । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ଅଧିନରେ ଥିବା ସଂହରାପାଲି ଗ୍ରାମକୁ ରାସ୍ତା ଶୋଚନୀୟ ହୋଇପଡ଼ି ରହିଛି। ଏହାଯୋଗୁଁ ବର୍ଷା ହେଲେ ରାସ୍ତାରେ ଯିବାଆସିବା କରିବାକୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଯଥାଶୀଘ୍ର ରାସ୍ତା ମରାମତି କରାଯାଉ ବୋଲି ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି ।ରାସ୍ତା ମରାମତି ନକଲେ ଆଗାମୀ ଦିନରେ ରାଜ ରାସ୍ତା କୁ ବନ୍ଦ କରିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।

 

Related posts

ମଞ୍ଚେଶ୍ୱର ସ୍ଥିତ ସରକାରୀ ଔଷଧ ଗୋଦାମରେ ନିଆଁ

mahabharatanews

ବଣାଇରେ ୪ ଘରୁ ସିରିଜ ଲୁଟ୍

mahabharatanews

ଫୁଲରେ ହୋଲି ପାଳିଲା ଆଦର୍ଶ ଦୃଷ୍ଟିହୀନ ବିଦ୍ୟାଳୟର

mahabharatanews