ଓଡିଶା

କୋଚିଳାଡ଼ିହା ବିଜୁ ଯୁବବାହିନୀ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

(ଦୀପକ ମିଶ୍ର, ଉଦଳା ): ଆମ୍ଫାନ ବାତ୍ୟାକୁ ନେଇ ସାରା ରାଜ୍ୟରେ ହାଇଆଲଟ ଥିବାବେଳେ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ସତର୍କ ସୂଚନା ପ୍ରଶାସନ ପକ୍ଷରୁ ଜାରିକରକ୍ଷଯାଇଛି । ତେବେ କପ୍ତିପଦା ଉପଖଣ୍ଡରେ ବିଭିନ୍ନ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ କାଲି ରାତି ଠାରୁ କଚା ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନୀୟ ସ୍କୁଲ ଏବଂ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି । ତେବେ କୋଚିଳାଡ଼ିହା ଗ୍ରାମପଞ୍ଚାୟତର ବୈରାଟପୁର ହାଇସ୍କୁଲରେ ପ୍ରକ୍ଷୟ ୮୦ ଜଣ ଲୋକ ଆଶ୍ରୟ ନେଇଛନ୍ତି । ତେବେ କାଲି ରାତିଠୁ ପ୍ରବଳ ବର୍ଷା ଓ ପଵନ ଲାଗିରହିଥିବାରୁ ଖାଇବା ପାଇଁ ବହୁ ଅସୁବିଧାରେସମ୍ନୁଖୀନ ହେଉଥିଲେ । ସ୍ଥାନୀୟ କୋଚିଳାଡ଼ିହା ବିଜୁ ଯୁବ ବାହିନୀ ଅବଗତ ହେବାପରେ, ପ୍ରବଳ ବର୍ଷା ପଵନ ସତ୍ତେ୍ୱ ଲୋକଙ୍କ ପାଖରେ ପହଁଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଯୁବ ବାହିନୀର ସଦସ୍ୟ ତାଙ୍କୁ ଖାଇବା ଦେବା ସହ ପ୍ରଶାସନକୁ ମଧ୍ୟ ଘଟଣା ବାବଦରେ ଅବଗତ କରାଇଥିଲେ । ସ୍ଥାନୀୟ ସରପଞ୍ଚ ରତିକାନ୍ତ ହାଁସଦା ପହଁଚି ଯୁବ ବାହିନୀର କାର୍ୟ୍ୟକୁ ପ୍ରସଂଶା କରିଥିଲେ । ଏହି କାର୍ୟ୍ୟକ୍ରମରେ ଯୁବ ବାହିନୀର ସମ୍ପାଦକ ଦୀପକ ମିଶ୍ର, ସଭାପତି ଜୀବନ ବେହେରା, ସଦସ୍ୟ ନିରଞ୍ଜନ ସିଂ, ସୁମନ୍ତ ବେହେରା, ମନୋରଞ୍ଜନ ବାରିକଙ୍କ ସମେତ ବହୁ ସଦସ୍ୟ ସାମିଲ ଥିଲେ ।

Related posts

 ସ୍ୱାଧୀନତା ଦିବସରେ ନକ୍ସଲଙ୍କ ହିଂସା କାଣ୍ଡ ; ଆଖି ବୁଜିଲେ ୨ ଯବାନ  

mahabharatanews

ମହିଳା ହକି ଖେଳାଳିଙ୍କୁ କାର ଉପହାର

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ କରୋନା ପଜିଟିଭ ଚିହ୍ନଟ

mahabharatanews