ଓଡିଶା

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

(ଜଳେଶ୍ୱର) ; ଗଛରେ ଜଣେ ଯୁବକଙ୍କ ମୃତ ଦେହ ଝୁଲୁଛି । ତାହା ହତ୍ୟା ନା ଆତ୍ମହତ୍ୟା ଏ ଯାଏଁ ସ୍ଟଷ୍ଟ ହୋଇନାହିଁ । ସୂଚନା ଅନ୍ୟୁାୟୀ ଜଳେଶ୍ୱର ଥାନା ପଞ୍ଚିଘଣ୍ଟା ପୁରୁଣା ବାଲି ସୈରାତ ନିକଟରେ ଏକ ଗଛରେ ଜଣେ ଯୁବକକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ଗ୍ରାମର କିଛି ଲୋକ ଶୌଚ ହେବାକୁ ଯାଇଥିବା ସମୟରେ ଗଛରେ ଯୁବକଙ୍କର ମୃତଦେହ ଦେଖିବାକୁ ପାଇଥିଲେ ଏବଂ ପୁଲିସ କୁ ଖବର ଦେଇଥିଲେ । ମୃତ ଯୁବକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଚନ୍ଦ୍ରମୋହନ ସିଂଙ୍କ ପୁଅ ଗଣେଶ ସିଂ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଗଛ ମୂଳରେ ଚପଲ ପଡିଥିବା ଦେଖିବାକୁ ମିଳିଛି । ଏହା ଏକ ଆତ୍ମହତ୍ୟା ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରୁଥିବା ବେଳେ ପୋଲିସ ତଦନ୍ତ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ।

Related posts

ଜିଲ୍ଲା କୋଭିଡ ଫଣ୍ଡକୁ ୪୬ ଲକ୍ଷ ଟଙ୍କା ପ୍ରଦାନ କଲେ ଚିତ୍ରକୋଣ୍ଡା ବିଧାୟକ

mahabharatanews

ଅନନ୍ତପାଲୀ (ଏସ,ଏସ,ଡି) ଉଚ୍ଚ ବିଦ୍ୟାଳୟରେ ବ୍ଳକସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଆସନ୍ତା ମାର୍ଚ୍ଚ ସୁଦ୍ଧା ସମ୍ପନ୍ନ ହେବ ପୁରୀ ସ୍ୱର୍ଗଦ୍ୱାର ନବୀକରଣ କାର୍ଯ୍ୟ

mahabharatanews