(ମହାଭାରତ, ଜୟପୁର): ବିଭିନ୍ନ ଦାବିରେ କୋଡିଙ୍ଗାମାଳି ସୁରକ୍ଷା ମଞ୍ଚ ସଂଗଠନ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଘେରାଉ କରିଛି । କୋଡିଙ୍ଗାମାଳି ଖଣି ଖନନର ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଗୁରୁବାର ଭତ୍ତା ବଣ୍ଟନ କରାଯାଉଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ଶତାଧିକ ମହିଳା ଓ ପୁରୁଷ ଅଭିଯୋଗ କରିଥିଲେ । ପ୍ରକୃତ ଗରିବ ଓ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଭତ୍ତା ଦିଆଯ୍ଧମ ବୋଲି ଅଭିଯୋଗ କରି ହୋହଲ୍ଲା କରିଥିଲେ । ଲକ୍ଷ୍ମୀପୁର ପୋଲିସ ସେଠାରେ ପହଞ୍ଚି ସଂଗଠନ କର୍ମକର୍ତ୍ତାଙ୍କ ଭତ୍ତା ବଣ୍ଟନ କରାଯାଇଥିବା କହିଥିଲେ । ଏହାସହ କାହାକୁ କେଉଁ ସ୍ଥିତିରେ ଭତ୍ତା ବଣ୍ଟନ କରାଯାଉଛି ବୋଲି ତଦନ୍ତ କରାଯିବ ବୋଲି ଏସଡିପିଓ ଓ ଥାନାଧିକାରୀ ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ମଧ୍ୟ ଏସବୁକୁ ପ୍ରତ୍ୟାଖ୍ୟାନ କରି ସେମାନେ ଥାନା ଘେରାଉ କରିଛନ୍ତି । ଗତ ଗୁରୁବାର ଠାରୁ ସଂଗଠନ କର୍ମକର୍ତ୍ତାମାନେ ଥାନା ସମ୍ମୁଖରେ ବସି ରହିଛନ୍ତି । ରାତିରେ ଥାନା ସମ୍ମୁଖରେ ବସି ରହିବା ସହ ଏଠାରେ ରୋଷେଇ କରି ଖାଇଥିବା ମଧ୍ୟ ଦେଖାଯାଇଛି । ଭତ୍ତା ବଣ୍ଟନରେ ଅନିୟମିତତା, ବେକାର ଯୁବକ ଯୁବତୀଙ୍କୁ କମ୍ପାନୀରେ ଚାକିରୀ ଏବଂ ଘରୋଇ କମ୍ପାନୀର ଏକଛତ୍ରବାଦ କାର୍ଯ୍ୟକଳାପକୁ ବିରୋଧ କରି ଆନ୍ଦୋଳକାରୀମାନେ ଏହି ଧାରଣା ଦେଇଛନ୍ତି । ତେବେ ସଂଗଠନର ଏହି ଆନ୍ଦୋଳନକୁ ୨୪ ଘଣ୍ଟା ବିତି ଯାଇଥିବା ବେଳେ ଏଯାଏ ଜିଲ୍ଲା ପ୍ରଶାସନ ସେମାନଙ୍କ ସହ କୌଣସି ଆଲୋଚନା କରିନାହିିଁ ।
previous post
next post