ଓଡିଶା

ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ବଡ଼ ଝଟ୍‌କା ଲାଗିଛି । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ନୟାଗଡ଼ରୁ ନାମାଙ୍କନ ଦାଖଲ କରିଥିଲେ ଅରୁଣ । ହେଲେ ଏହି ନାମାଙ୍କନର ସତ୍ୟପାଠରେ ସେ ତଥ୍ୟ ଲୁଚାଇଥିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଛି । ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି ।

ପ୍ରତିପକ୍ଷ ବିଜେପି ପାର୍ଥି ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ପକ୍ଷରୁ ମାମଲା ଦାୟର ହୋଇଥିଲା । ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି । ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Related posts

ଜିଲ୍ଲାର ବିଭିନ୍ନ ମଣ୍ଡି ଓ ବେଆଇନ ଧାନ ଚାଲାଣ ବେଳେ ଧରପଗଡ଼

mahabharatanews

୩୪ ତମ ସର୍ବ ଭାରତୀୟ ଲାଲମନୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୋଭାଯାତ୍ରା

mahabharatanews

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କରୋନା ସଂକ୍ରମିତ ଚିହ୍ନଟ

mahabharatanews