ଓଡିଶା

‘କୋଣାର୍କ ଓଡ଼ିଶା ପରିବାର’ର ବନ୍ଧୁମିଳନ କାର୍ଯ୍ୟକ୍ରମ

(ମହାଭାରତ, କୋଣାର୍କ): କୋଣାର୍କ-ପୁରୀ ବେଳାଭୂମୀର ରାମଚଣ୍ଡୀ ପୀଠ ନିକଟରେ ‘କୋଣାର୍କ ଓଡ଼ିଶା ପରିବାର’ ସଦସ୍ୟଙ୍କ ସପ୍ତମ ବାର୍ଷିକ ବନ୍ଧୁମିଳନ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅବସରପ୍ରାପ୍ତ ଓ କାର୍ଯ୍ୟରତ କବି, ଲେଖକ, ସମାଜସେବୀ ସାମ୍ବାଦିକମାନେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ତଥା କବି ନିରଞ୍ଜନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ଉମାକାନ୍ତ ମହାପାତ୍ର, କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ବାହିନୀପତି, ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବଚକ ଦୟାନିଧି ତ୍ରିପାଠୀ, କବି ପ୍ରଫୁଲ୍ଲଚନ୍ଦ୍ର ମିଶ୍ର, ସାହିତ୍ୟିକ ବିପିନ ବିହାରୀ ନାୟକ ଉପସ୍ଥିତ ରହି କବିତା ପାଠ କରିଥିଲେ । ଏହି ଅବସରରେ ଏଠାରେ ଏକ ବଣଭୋଜିର ଆୟାଜନ ହୋଇଥିଲା । ପରେ ଅତିଥିମାନେ ମା’ ରାମଚଣ୍ଡୀଙ୍କ ଦର୍ଶନ କରିବା ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ସେଠି ପରିଚାଳନା କରିଥିଲେ ।

Related posts

ମନୋରମା ମହାପାତ୍ରଙ୍କ ପରଲୋକ

mahabharatanews

ଫିରିଙ୍ଗିଆ ଛକରେ କାର ସହ ଅଟୋ ମୁହାଁମୁହିଁ ଧକ୍କା, ୭ ଆହତ

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟର ୧୨୮ କରୋନା ସଂକ୍ରମିତ ଚିହ୍ନଟ

mahabharatanews