ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ଘର ଭଙ୍ଗା ତାଲିକାରେ ଅନିୟମିତା ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାରୁ ଚଳିତ ଡିସେମ୍ବର ମାସ ୧୦ ତାରିଖ ଦିନ ବାତ୍ୟାରେ ଘରଭଙ୍ଗା ସାହାଯ୍ୟରୁ ବଞ୍ôଚତ ପରିବାରର ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସଚ୍ଚିକାନ୍ତ ବରାଳ, ଦୁର୍ଗେଶ ମିଶ୍ର ଓ ରମାଭଲ୍ଲବ ବରାଳ ପ୍ରମୁଖ ସତ୍ୟବାଦୀ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ମାତ୍ର ଘର ଭାଙ୍ଗି ଥିବା ଲୋକଙ୍କ ନାମ ଛାତ ଘର ତାଲିକାରେ ରହିଛି । ଛାତ ଘର ଲୋକଙ୍କ ନାମ କଚ୍ଚା ଘର ତାଲିକାରେ ରହିଛି । ଏପରିକି କେତେକ ପରିବାରଙ୍କ ନାମ ତାଲିକାରୁ ବାଦ ପଡିଛି । ତେଣୁ ପୁନର୍ବାର ସେସବୁର ଯାଞ୍ଚ ପାଇଁ ଦାବି କରିଥିଲେ । ତହସିଲଦାରଙ୍କୁ ଦେଖା କରିବାରୁ ଉପଜିଲ୍ଲାପାଳ ଯାହା ନିଷ୍ପତ୍ତି ନେବେ ତାହା ଫାଇନାଲ ବୋଲି ତହସିଲଦାର କହିଥିଲେ । ଏଣୁ ଏସମ୍ପର୍କରେ ଏକ ଦାବିପତ୍ର ଦେବା ସହ ଚରମପତ୍ର ଉପଜିଲ୍ଲାପ।।ଳଙ୍କୁ ଦେଇଛନ୍ତି । ଯଦି ସତ୍ୟବାଦୀ ବ୍ଲକରେ ହୋଇଥିବା ଘରଭଙ୍ଗା ଦୁର୍ନୀତିର ସଠିକ ତଦନ୍ତ କରା ନ ଯାଇ ବଞ୍ôଚତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରା ନ ଯାଏ ତେବେ ଆଗାମୀ ଦିନରେ ସେହି ପରିବାରଗୁଡିକ ବିକ୍ଷୋଭ କରିବାକୁ ବାଧ୍ୟ ହେବେ ବୋଲି ବଞ୍ôଚତ ପରିବାରପକ୍ଷରୁ ଚରମ ବାଣୀ ଶୁଣାଯାଇଛି ।
previous post