ଓଡିଶା

କୋଣାର୍କ ସୁତା କଳକୁ କାର୍ୟ୍ୟ କାରି କରିବା ପାଇଁ ଦାବି

(କାହ୍ନୁଚରଣ ସାହୁ / କଳାହାଣ୍ଡି): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ୧୯୯୦ ମସିହାରେ କେସିଙ୍ଗା ଅଞ୍ଚଳ ବାସିଙ୍କୁ କାମ ଯୋଗାଇ ଦେବାପାଇଁ ୧୫କୋଟି ଟଙ୍କା ବ୍ୟୟରେ । କେସିଙ୍ଗାରେ ଏକ ସୁତା କଳ ନିର୍ମାଣ କରିଥିଲେ । ବର୍ତମାନ ସୁଦ୍ଧା ୩୦ବର୍ଷ ବିତି ଯାଇଥିଲେ ହେଁ କାର୍ୟ୍ୟକାରି ହୋଇପାରିନି କୋଣାର୍କ ସୁତା କଳ । କେସିଙ୍ଗା ଅଞ୍ଚଳ ରେ ପ୍ରାୟ ତହ ୬୫ହଜାର ହେକ୍ଟର ଜମିରେ କପା ଚାଷ ହେଉଥିବାର ଅନୁ ମାନ କରାଯାଉଛି । ଯାହା ଫଳରେ କାର ଖାନାରେ କାର୍ୟ୍ୟକାରି ହୋଇ ପାରିବ ଅଞ୍ଚଳର କପା ।ସେଥିପାଇଁ ଯଥା ସମ୍ଭବ ଉକ୍ତ କାରଖାନାକୁ କାର୍ୟ୍ୟ କାରି କରିବା ସହ ବାହାର ରାଜ୍ୟକୁ କାମ ଧନ୍ଦା ଅନ୍ୱେଷଣପାଇଁ ଯାଉଥିବା ଲୋକଙ୍କୁ ଓ ଅଞ୍ଚଳର ।ରୋଜ ଗାରି ତଥା ବେରୋଯଗାରି ଭାବରେ ରହିଥିବା ଲୋକମାନଙ୍କୁ କାମ ଜୋଗାଇ ଦେଲେ ଅଞ୍ଚଳରେ ବେକାରି ସମସ୍ୟା କମିବ । ବର୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଚାହିଁଲେ ଉକ୍ତ କୋଣାର୍କ ସୁତାକଲ କାର୍ୟ୍ୟ କ୍ଷମ ହୋଇପାରିବ ।ସୁତା କଳ ଗୃହ ନିର୍ମାଣ କାର୍ୟ୍ୟ ୧୯୯୦ ମସିହାରେ ଆରମ୍ଭ ହୋଇ ୧୯୯୩ ସୁଦ୍ଧା ଗୃହ ନିର୍ମାଣ କାର୍ୟ୍ୟ ସଂପୂର୍ଣ୍ଣ ହୋଇଥିଲା ।୫୦ଏକର ଜମିରେ ନିର୍ମିତ କୋଣାର୍କ ସୁତାକଳ । ମେସିନ ଗୃହ ବର୍ତ୍ତମାନ ଭୂତ କୋଠି ପାଲଟି ବାରେ ଲାଗିଛି । ଏଥିପ୍ରତି ସ୍ଥାନୀୟ ବିଧାୟକ ଦୃଷ୍ଟି ଦେଇ ଉକ୍ତ କାରଖାନାକୁ କାର୍ୟ୍ୟକ୍ଷମ କରିବାକୁ ଅଞ୍ଚଳ ବାସି ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

Related posts

ଭିଜିଲାନ୍ସ ଜାଲରେ ବିଡିଓ

mahabharatanews

ଆଜି ୨୮ ଜିଲ୍ଲାରୁ ୧୬୪୩ ନୂଆ ପଜିଟିଭ ଚିହ୍ନଟ

mahabharatanews

ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା

mahabharatanews

Leave a Comment