ଓଡିଶା

ପୁରୀ ବିକାଶର ମୂଳଦୁଆ,୭ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ନବୀନ

(ମହାଭାରତ, ଭୁବନେଶ୍ୱର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ବିକାଶର ମୂଳଦୁଆ ପକାଇବେ । ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ ପରେ ମୁନସିପାଲ ମାର୍କେଟ୍ ସ୍ଥାନରେ ୭ଟି ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନା କରିବେ । ଏହି ଯୋଜନା ଗୁଡିକ ମଧ୍ୟରେ ରହିଛି ଶ୍ରୀ ସେତୁ, ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର, ହସ୍ପିଟାଲ ନିକଟ ଜେଲ ରୋଡ୍ରେ ବହୁତଳ କାର ପାର୍କିଂ ବ୍ୟବସ୍ଥା, ବଡ଼ଦାଣ୍ଡରେ ମୁନସିପାଲ ମାର୍କେଟ୍ର ପୁନଃ ନିର୍ମାଣ, ସ୍ୱର୍ଗଦ୍ୱାର ଉନ୍ନୟନ କାର୍ୟ୍ୟ, ବେଳାଭୂମିରେ ଭେଣ୍ଡିଂ ଜୋନ୍ ନିର୍ମାଣ, ଏବଂ ମିଡ୍ ଡେ ମିଲ ଓ ଆହାର ଯୋଜନା ପାଇଁ ଅତ୍ୟାଧୁନିକ ରୋଷେଇ କେନ୍ଦ୍ର ।
ଅବଢା ଯୋଜନାରେ ହେବାକୁ ଥିବା ୨.୩ କିଲୋମିଟର ବିଶିଷ୍ଟ ଶ୍ରୀସେତୁରେ ୧୮୧ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟରରେ ୧୯୦ କୋଟି, ବହୁତଳ ପାର୍କିଂ ପାଇଁ ୯୦ କୋଟି, ମାର୍କେଟ ନିର୍ମାଣ ପାଇଁ ୪୪.୮୨ କୋଟି ଓ ଭେଣ୍ଡିଂ ଜୋନ୍ ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରସ୍ତାବ ରହିଛି । ପୂର୍ବରୁ ରାଜ୍ୟ ସରକାର ଗତବର୍ଷ ଅଗଷ୍ଟ ୨୩ରେ ୫ ଶହ କୋଟି ଟଙ୍କା ମଞ୍ଜୁର କରିଥିଲେ । ଏହି ୭ ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଜ୍ଝ ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍ରୁ ଅର୍ଥ ବ୍ୟବସ୍ଥା କରିଛନ୍ତି । ମୁନସିପାଲିଟି ମାର୍କେଟ୍ ସ୍ଥଳରେ ଏହି ସମସ୍ତ ଯୋଜନାର ଏକତ୍ର ଶିଳାନ୍ୟାସ କରାଯିବ ।

Related posts

ସିଟି ହସ୍ପିଟାଲ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

mahabharatanews

ପରଜଙ୍ଗରେ ‘ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା’ ସମାବେଶ ଅନୁଷ୍ଠିତ

mahabharatanews

ଆଦର୍ଶ ଗ୍ରାମ ପାଇଁ ନିବେଦନ

mahabharatanews