ଓଡିଶା

ଡେଲାଙ୍ଗ ଦୟା ନଦୀରେ ପ୍ରଥମ ବନ୍ୟା ପାଣି ପ୍ରବାହିତ

(ଜୟନ୍ତ କୁମାର ସେଠୀ /ପୁରୀ): ହୀରାକୁଦ ଡ୍ୟାମ ଜଳ ଛାଡିବା ପରେ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି । ଡେଲାଙ୍ଗ ବ୍ଳକରେ ପ୍ରବାହିତ ଦୟାନଦୀରେ ବନ୍ୟାଜଳ ପ୍ରବାହିତ ନେଇ ଚିନ୍ତାରେ ଗ୍ରାମବାସୀ। ଡେଲାଙ୍ଗ ଓ କଣାସ ବ୍ଳକର ୧୦ ଟି ଗ୍ରାମ ଗୁଡିକ ହେଲା ଘନିପୁର, ସାଉରିଆ ଗ୍ରାମ ପଞ୍ଚାୟତର ଯୋରକଣି, ବିତ୍ତିପୁର, ବୁଡାଙ୍ଗରା, ତିଗିରିଆ, ବାଗଲପୁର, ପାଣ୍ଡିଆବିରି ଆଦି ଗ୍ରାମ । ଦୟାନଦୀରେ ପ୍ରତିବର୍ଷ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥାଏ । ନଦୀରେ ବନ୍ୟାଜଳ ପ୍ରବାହିତ ହେଲେ ଅସ୍ଥାୟୀ ରାସ୍ତା ଧୋଇଯାଇଥାଏ ।ଯାହା ଫଳରେକି ଉକ୍ତ ଦୁଇ ଗ୍ରାମ ପଞ୍ଚାୟତର ଦଶଟି ଗ୍ରାମବାସୀ ଜଳ ଘେରରେ ରହିଥାନ୍ତି । ଏମାନଙ୍କର ଏକମାତ୍ର ସାହା ଭରଷା ଗ୍ରାମ ଡଙ୍ଗା । ଦୀର୍ଘଦିନ ଧରି ଦାବି କରିବା ପରେ ସାଉରିଆ ଠାରେ ୧୫-୨-୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସେତୁ ଶୁଭଦେବାର ଛଅ ବର୍ଷ ହୋଇ ଯାଇଥିଲେ ମଧ୍ୟ ସେତୁ ନିର୍ମାଣ ଶେଷ ହୋଇ ପାରୁନାହିଁ । ଯାହାକୁ ନେଇ ଅନେକ ସମୟରେ ଉକ୍ତ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯେଉଁ ପରି ସେତୁ ନିର୍ମାଣ କାର୍ୟ୍ୟ ଚାଲିଛି ଯଦି ଏହିପରି ଚାଳେ ତା ହେଲେ ସେତୁ ନିର୍ମାଣ ସରିବା ପାଇଁ ଆଉ ୧୦ ବର୍ଷ ଲାଗି ଯିବ ବୋଲି ସମାଜିକ କର୍ମୀ ତପନ ରାୟ କହନ୍ତି । ଅନ୍ୟ ପକ୍ଷେ ଘନିପୁର ସରପଞ୍ଚ ଲକ୍ଷ୍ମୀଧର ବେହେରା, ସାଉରିଆ ସରପଞ୍ଚ କୁନିମଣି ରାଉତରାୟ, ବିଜେଡି ଯୁବନେତା ଆଦିକନ୍ଦ ରାଉତରାୟ. ସାଉରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁର୍ୟ୍ୟୋଧନ ସାହୁ, ବ୍ୟବସାୟୀ କମୁର ମହମ୍ମଦ, ଶିକ୍ଷାବିତ୍ତ ରସିଦ ଖାଁ, ୱାର୍ଡସଭ୍ୟ ବାବୁ ଖାଁ ପ୍ରମୁଖ ତୁରନ୍ତ ସେତୁ କାମ ଶେଷ କରିବା ପାଇଁ ଦାବି କରିଛନ୍ତି । ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ଏ ଦିଗ ପ୍ରତି ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି ।

Related posts

ନିଆଁ ଲାଗି ପୋଡିଗଲା ବାହାଘରର ସବୁ ଜିନିଷ

mahabharatanews

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା

mahabharatanews

୧୬ ଦିନ ମହିଳାଙ୍କୁ ମା’ବିମଳା ମନ୍ଦିର ମନା

mahabharatanews