ଓଡିଶା

କୋଭିଡ ଟୀକାକରଣ ପ୍ରକ୍ରିୟା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): କୋଭିଡ ୧୯ ମହାମାରୀ ସମଗ୍ର ବିଶ୍ବରେ ଜୀବନ ଏବଂ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ବିକାଶର ବିଭିନ୍ନ ପର୍ୟ୍ୟାୟରେ ପ୍ରାୟ ୨୫୦ ଟୀକା ସହିତ, ସମ୍ଭବତଃ କୋଭିଡ୍ -୧୯ ବିରୁଦ୍ଧରେ ଏକ ଟୀକା ଆମ ଦେଶର ନାଗରୀକଙ୍କ ସୁରକ୍ଷା ପାଇଁ ସର୍ବ ପ୍ରଥମ ହସ୍ତଗତ ହେବ । କୋଭିଡ୍ – ୧୯ ପାଇଁ ଟୀକାକରଣ ପ୍ରଶାସନ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ପରାମର୍ଶ ଅନୁଯାୟୀ, ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଟୀକାକୁ ପ୍ରାଥମିକତା ଦିଆଯିବ ଏବଂ ପରେ ଅନ୍ୟ ଆଗଧାଡିରେ କାର୍ୟ୍ୟ କରୁଥିବା କର୍ମଚାରୀ ଏବଂ ବୟସ୍କ ବର୍ଗଙ୍କୁ ଟୀକା ଦିଆଯିବ ।
ଭାରତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ପରିଚାଳନା କମିଟି, ରାଜ୍ୟ ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଟାସ୍କ ଫୋର୍ସ କମିଟି ଗଠନ କରାଯାଇ କୋଭିଡ୍ ଟୀକାକରଣ, କୋଭିଡ ଟୀକାକରଣ ପାଇଁ ବିଭିନ୍ନ ପ୍ରସ୍ତୁତି କାର୍ୟ୍ୟକଳାପର ଯୋଜନା ତଥା କାର୍ୟ୍ୟକାରୀତା ତଥା କୋଭିଡ ଟୀକା କରଣର ସମଗ୍ର ପ୍ରକ୍ରିୟାର ସାମଗ୍ରୀକ ପରିଚାଳନା ପାଇଁ କମିଟି ଗଠନ କରାଯାଇଛି । ଏହି ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଜୁମ୍ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ସପ୍ତାହକ ମଧ୍ୟରେ ବ୍ଲକ ସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଟୀକା ପରିଚାଳନାଗତ ଯୋଜନା ପାଇଁ ଏବଂ ପ୍ରସ୍ତୁତିକୁ ଆହୁରି ବିକେନ୍ଦ୍ରୀ କରଣ କରିବା ଉଦ୍ଦେଶ୍ୟରେ ବିଡିଓଙ୍କ ଅଧ୍ୟକ୍ଷତାରେ କୋଭିଡ ଟୀକା ପ୍ରବର୍ତ୍ତନ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ । ଏହି କମିଟିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଧ୍ୟକ୍ଷ ରହିବେ, ସି.ଏଚ.ସି. ର ସ୍ବାସ୍ଥ୍ୟ ଅଧିକାରୀ କନଭେନିୟର ରହିବେ । ସଭ୍ୟ ଭାବେ ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଯୁବ ଅନୁଷ୍ଠାନର ପ୍ରତିନିଧି, ଏନ.ସି.ସି., ନେହେରୁ ଯୁବକେନ୍ଦ୍ର, ଏନ.ଏସ.ଏସର ସଭ୍ୟ ଜଣେ ଜଣେ ରହିବେ ।

Related posts

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ -ସିଇଓ

mahabharatanews

ଅଲଉତା ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

mahabharatanews

କରୋନା ଯୋଦ୍ଧାଙ୍କୁ ମାସ୍କ ବଣ୍ଟନ

mahabharatanews