ଓଡିଶା

କୋଭିଡ-୧୯ କଟକଣାକୁ ଆହୁରି ଶକ୍ତ କରିଛି ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇ ଚାଲିଛି । ତେଣୁ ପ୍ରଶାସନ କେତେକ କ୍ଷେତ୍ରରେ କଟକଣାକୁ ଆହୁରି ଶକ୍ତ କରିଛି । ହଟସ୍ପଟ୍ ଜିଲ୍ଲାରୁ ଭୁବନେଶ୍ୱରକୁ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧରୀ । ସେ କହିଛନ୍ତି, ହଟସ୍ପଟ୍ ଜିଲ୍ଲାରୁ ଭୁବନେଶ୍ନର ଆସିଲେ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ହୋମ କ୍ୱାରେଣ୍ଟାଇନ ବଦଳରେ କ୍ୱାରେଣ୍ଟାଇନରେ ରହିବାକୁ ହେବ । ଶୁକ୍ରବାରଠାରୁ ଏହି ନିୟମ ଲାଗୁ ହୋଇଛି । ସେହିପରି ବସ୍ତୀ ଅଞ୍ଚଳରେ ହୋମ କ୍ୱାରେଣ୍ଚାଇନ୍ ପାଇଁ ଅନୁମତି ନାହିଁ । ତେଣୁ ବସ୍ତୀ ଅଞ୍ଚଳକୁ ଅଧିକ ଧ୍ୟାନ ଦିଆଯାରଥିବା ସେ କହିଛନ୍ତି ।
ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୧୬ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୧୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ଗତକାଲି ଭୁବନେଶ୍ୱରରୁ ୩୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ହୋମ କ୍ୱାରେଣ୍ଟାଇନରୁ ଓ ୧୩ ଜଣ ସ୍ଥାନୀୟ ଥିଲେ । ପ୍ରତ୍ୟହ ହୋମ କ୍ୱାରେଣ୍ଟାଇନରୁ କିଛି କିଛି ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ବ୍ୟତୀତ ହୋମ କ୍ୱାରେଣ୍ଟାଇନରେ ରହୁଥିବା ଲୋକମାନେ ମଧ୍ୟ କୋଭିଡ-୧୯ ନିୟମ ମାନୁନଥିବା ଦେଖିବାକୁ ମିଳୁଛି । ତେଣୁ ବିଏମସି ହୋମ କ୍ୱାରେଣ୍ଟାଇନ ବଦଳରେ କ୍ୱାରେଣ୍ଟାଇନକୁ ଅଧିକ ଗୁରୁତ୍ୱ ଦେଉଛି ।

Related posts

ବିଦ୍ୟୁତ ଆଘାତରେ ଛାତ୍ର ମୃତ, କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ

mahabharatanews

ସହାୟତା ନେଇ ଦାବି ପତ୍ର ପ୍ରଦାନ କଲେ ମା’ଶ୍ୟାମଳାଇ ଅଟୋ ମାଲିକ ସଂଘ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୬ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews