ଓଡିଶା

ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା,ଜଣେ ମୃତ

(ଟୁକୁନା ଖରା/ନବରଙ୍ଗପୁର):ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାନମସିଗାଁ ଠାରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଠାରେ ଏକ ବାଇକ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଟେମରାଜ ହରିଜନ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସେ ତାଙ୍କ ସ୍ତ୍ରୀ ଦ୍ରୌପଦୀ ହରିଜନଙ୍କ ସହ ବୋରିଗୁମ୍ମା ନିକଟସ୍ଥ କୁପିଆ ଠାରେ ଏକ ଦଶାହରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ସାନମସିଗାଁ ଠାରେ ସାମ୍ନା ପଟୁ ଆସୁଥିବା ଏକ ବୋଲେରୋ ସହ ତାଙ୍କ ଗାଡିଟି ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଟେମରାଜଙ୍କ ପ୍ରାଣ ହରାଇଥିବା ବେଳେ ତାଙ୍କ ସ୍ତ୍ରୀ ଦ୍ରୌପଦୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

୩ ମାସର ଦେୟ ପୈଠ ଅବଧି କୋହଳ କଲା ଅପୋସା

mahabharatanews

୩୭ ଲକ୍ଷ ଚାଷୀ ପରିବାରକୁ ୭୪୩ କୋଟି ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

mahabharatanews

ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟ ଘଟଣା, ଭାଇରାଲ ଭିଡିଓ ଆଧାରରେ ତଦନ୍ତ କରୁଛି ପୋଲିସ

mahabharatanews