ଓଡିଶା

ଘରେ ପସି ଦିବ୍ୟାଙ୍ଗଙ୍କୁ ମାଡ଼, ନ୍ୟାୟ ଅପେକ୍ଷାରେ ପରିବାର

(ସିଧେଶ୍ୱର ସ୍ୱାଇଁ/କୁଜଙ୍ଗ): ପାରାଦ୍ୱୀପ କୁଜଙ୍ଗ ଥାନା ଅଞ୍ଚଳରେ ଘରେ ପଶି ଜଣେ ଦିବ୍ୟାଙ୍ଗ ଓ ତାଙ୍କ ପରିବାର ଉପରେ ଆକ୍ରମଣ ହୋଇଛି । ମଙ୍ଗରାଜପୁର ପଞ୍ଚାୟତର ହସିଣା ଗାଁରେ ଏହି ଅମାନବୀୟ ଘଟଣା ଘଟିଛି। ଗାଁରେ ଦିବ୍ୟାଙ୍ଗ ସରୋଜକାନ୍ତ ପରିଡା ତାଙ୍କ ପରିବାର ସହ ରୁହନ୍ତି । ଗତ କିଛି ଦିନ ତଳେ ଗାଁର ବ୍ରହ୍ମାନନ୍ଦ ପରିଡା ଓ ତାଙ୍କ ୨ ଝିଅ ସଂଘବଦ୍ଧ ଭାବରେ କଟୁରୀ ଓ ବାଡି ଧରି ଘରେ ପଶି ଦିବ୍ୟାଙ୍ଗ ସରୋଜ ଓ ତାଙ୍କ ପରିବାରବର୍ଗଙ୍କୁ ମାଡ ମାରିଥିଲେ। ମାଡ ମାରିବା ସହିତ ସରୋଜଙ୍କ ପତ୍ନୀଙ୍କୁ ଅକର୍ମଣ୍ୟ କରିଦେବେ ବୋଲି ଧମକ ଦେଇଥିଲେ। ପରିବାରରେ ଆଉ କେହି ପ୍ରତିରୋଧ କରିବା ଭଳି ସଦସ୍ୟ ନ ଥିବାରୁ ପାଖ ପଡୋଶୀ ପାଟି ଶୁଣି ପହଞ୍ଚି ସେମାନଙ୍କୁ ରକ୍ଷା କରିଥିଲେ। ପରେ ଏନେଇ ସେହି ଦିନ ଦିବ୍ୟାଙ୍ଗ ସରୋଜଙ୍କ ପରିବାର ପକ୍ଷରୁ କୁଜଙ୍ଗ ଥାନାରେ ଲିଖିତ ଏତଲା ଦିଆଯାଇଥିଲା। ଅନୁରୂପ ଭାବରେ ଅଭିଯୁକ୍ତଙ୍କ ପକ୍ଷରୁ ମଧ୍ୟ ତା ପରଦିନ ଦିବ୍ୟାଙ୍ଗ ସରୋଜଙ୍କ ପରିବାର ବିରୁଦ୍ଧରେ ଥାନାରେ ଦିଆଗଲା । ତେବେ ଦୁଇ ପକ୍ଷରୁ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ କେବଳ ଲୋକ ଦେଖାଣିଆ ପାଇଁ ଅଭିଯୁକ୍ତଙ୍କ ପରିବାରକୁ ଥାନାକୁ ଡକାଇ ପଚରା ଉଚରା କରି ଛାଡି ଦେଇଥିଲା । ଦିବ୍ୟାଙ୍ଗଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲା ଦୀର୍ଘ ଦିନ ଧରି ପଡିଥିଲେ ମଧ୍ୟ ନ୍ୟାୟ ମିଳି ପାରିନାହିଁ । ଏହାକୁ ନେଇ ଅଭିଯୁକ୍ତଙ୍କ ପରିବାର ପ୍ରତି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପୋଲିସ କୋହଳ ମନୋଭାବ ପୋଷଣ କରୁଥିବା ଚର୍ଚ୍ଚା ହେଉଛି ।

Related posts

ଜଗତପୁର ରୁ ୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ

mahabharatanews

ଧଳା ଜହର କାରବାରରେ ଜଣେ ମହିଳା ଗିରଫ

mahabharatanews

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

mahabharatanews