ଓଡିଶା

କୋଭିଡ-୧୯ ପାଇଁ ନବରଙ୍ଗପୁର ଖ୍ରୀଷ୍ଟିୟାନ ହସ୍ପିଟାଲ ସହ ଏମଓୟୁ ସ୍ଵାକ୍ଷର

(ଟୁକୁନା ଖରା,ନବରଙ୍ଗପୁର): ଆଜି ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର କୋଭିଡ-୧୯ ଆଇସୋଲେସନ ପାଇଁ ଅସ୍ଥାୟୀ ଡାକ୍ତରଖାନା ପରିଚାଳନା ଉଦ୍ଦେଶ୍ୟରେ ସ୍ଥାନୀୟ ଖ୍ରୀଷ୍ଟିୟାନ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ସନ୍ତୋଷ ନାଗଙ୍କ ସହ ୨ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସ୍ଥାପନ କରାଯିବାକୁ ଏମଓୟୁ ସ୍ୱାକ୍ଷର କରିଛନ୍ତି। ସେଠାରେ ଆଇସୋଲେସନ ଭାବେ ସନ୍ଧିଗ୍ଧ ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯିବ।କରନା ଭୂତାଣୁ ଦ୍ଵାରା ସଂକ୍ରମିତ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ । ଏହି ହସ୍ପିଟାଲରେ ଲ୍ୟାବ ସହ ଭେଣ୍ଟିଲେଟର ଆଦି ସୁବିଧା ରହିବ ବୋଲି ଡାକ୍ତର ନାଗ କହିଛନ୍ତି।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆପୋଷ ବୁଝାମଣା ମଧ୍ୟରେ ଏହି ଡାକ୍ତରଖାନା ପରିଚାଳନା କରିବାକୁ ଚୁକ୍ତି ହୋଇଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି।ଏମଓୟୁ ସ୍ଵାକ୍ଷର ସମୟରେ ଏସପି ନିତିନ କୁସଲକର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୁତାର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଆଉ ନାହାନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ବାପା 

mahabharatanews

ମୁମ୍ବାଇ-ବେଙ୍ଗଲୁରୁ ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ନିଆଁ

mahabharatanews

ମୃତ୍ୟୁ ଏମିତିବି ଆସେ

mahabharatanews