Uncategorized

କୋରୋନା ଆତଙ୍କ: ମାସ୍କ ପିନ୍ଧିଲେ ଭାଗବାନ ଶିବ

(ମହାଭାରତ): କୋରୋନା ଭୂତାଣୁ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ସହିତ ଆଲିଙ୍ଗନ ଏବଂ କାହା ସହିତ ହାତ ମିଳାଇବାକୁ ବି ବାରଣ କରାଯାଉଛି । ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାର କରିବା ଲାଗି ବାରାଣାସୀର ପହଲାଦେଶ୍ୱର ମହାଦେବ ମନ୍ଦିରରେ ଠାକୁରଙ୍କୁ ମାସ୍କ ପିନ୍ଧା ଯାଇଛି । ଏହା ସହିତ ଠାକୁରଙ୍କୁ ଛୁଇଁବା ଲାଗି ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି ବୋଲି ପୂଜାରୀ କୃଷ୍ଣା ଆନନ୍ଦ ପାଣ୍ଡେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ଲୋକଙ୍କ ମଧ୍ୟରେ କୋରୋନା ନେଇ ସଚେତନତା ବୃଦ୍ଧି ପାଇବାର ଆଶା ରହିଛି । ଖରାଦିନେ ଠାକୁରଙ୍କ ପାଖରେ ଏସି ଏବଂ ଶୀତଦିନେ ଠାକୁରଙ୍କୁ ପୋଷାକ ପିନ୍ଧାଇ ସଚେତନତା ସୃଷ୍ଟି କରାଯାଇଥାଏ ବୋଲି ସେ କହିଛନ୍ତି ।

Related posts

ପାକ ଜେଟ ବିମାନ ଦୁର୍ଘଟଣାଗ୍ରସ୍ତ

mahabharatanews

କରୋନା ଛୁଟିରେ ପିଲାଙ୍କୁ ଶିଖାନ୍ତୁ କିଛି ନୂଆ କଥା

mahabharatanews

ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ କଞ୍ଚାଲଙ୍କା ଆଚାର

mahabharatanews