ଓଡିଶା

କୋରୋନା ଆତଙ୍କ: ୨୪ ଘଣ୍ଟାରେ ୭୩ ମୃତ୍ୟୁ, ମୃତ୍ୟୁସଂଖ୍ୟ ଛୁଇଁଲା ୫୬୪

ବେଜିଂ: ·ଇନାରେ ସୃଷ୍ଟି ହୋଇଥିବା କୋରୋନା ଭୂତାଣୁ ଜାଲରେ ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ର । ଏହି ଭୂତାଣୁ ସଂକ୍ରମଣରେ ଚୀନରେ ୫୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୦୧୮ଛୁଇଁଛି । ଗତ ୨୪ ଘଣ୍ଟାରେ ୭୩ ଜଣଙ୍କ ଜୀବନ ଯାଇଛ । ଫଳରେ କୋରୋନା ଭୂତାଣୁରେ ଏଯାଏ ବିଶ୍ୱରେ ୫୬୪ ଜଣଙ୍କ ଜୀବନ ଗଲାଣି । ବିଶେଷଜ୍ଞମାନେ ଏହାର ନିରାକରଣ ପାଇଁ ଔଷଧ ବାହାର କରିବା ପାଇଁ ଚେଷ୍ଟା କରୁଥିଲେ ହେଁ ଏଯାଏ ସଫଳତା ମିଳିନାହିଁ । ଏହି ଭୂତାଣୁ ସଂକ୍ରମଣରେ ଆହୁରି ବହୁ ଲୋକ ମୃତ୍ୟୁ ବରଣ କରିବେ ବୋଲି ଆଶଙ୍କା କରାଯାଉଛି ।

ଚୀନର ବୁହାନ ପ୍ରଦେଶ ହିଁ ଏହି ଭାଇରସ ସୃଷ୍ଟିର କେନ୍ଦ୍ର ସ୍ଥଳ ଥିଲା । ବୁଧବାର ଏଠାରେ ୭୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨,୯୮୭ ଜଣ ନୂଆ ରୋଗୀ ଏଥିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବୁହାନ ବ୍ୟତୀତ ତିଆନଝିନ, ହେଇଲୋଙ୍ଗଜିଆଙ୍ଗ ଓ ଗୋଇଝୁହରେ ମଧ୍ୟ କରୋନା ଭାଇରସ ଜୀବନ ନେଇଛି । ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଚୀନର ବୁହାନ ପ୍ରଦେଶକୁ ସରକାର ଗତ ୨ ସପ୍ତାହ ହେଲାଣି ଲକ ଡାଉନ ଘୋଷଣା କରଛନ୍ତି । ଟ୍ରେନ ଷ୍ଟେସନ ଠାରୁ ଆରମ୍ଭ କରି ଏୟାରପୋର୍ଟ ଓ ସଡ଼କ ପଥକୁ ସିଲ କରିଦିଆଯାଇଛି । ବୁହାନର ପ୍ରୋଭେସନାଲ କ୍ୟାପିଟାଲ ବୁହାନରେ ହିଁ ପ୍ରଥମ କୋରୋନା ଭୂତାଣୁ ଚିହ୍ନଟ ହୋଇଥିଲା । କୋରୋନା ଭୂତାଣୁ ଭୟଙ୍କର ରୂପକୁ ଦୃଷ୍ଟିରେ ରଖି ଏକାଧିକ ରାଷ୍ଟ୍ର ପକ୍ଷରୁ ବୁହାନରେ ଫସିଥିବା ସେମାନଙ୍କ ନାଗରିକକୁ ଉଦ୍ଧାର କରିଛନ୍ତି । ଭାରତଦୁଇଟି ବିମାନ ଯୋଗେ ବୁହାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିଛି । ·ଇନାର ନ୍ୟାଶନାଲ ହେଲଥ କମିଶନ ପକ୍ଷରୁ କୁହାଯାଇଛି ଯେ କରୋନାରେ ଆକ୍ରାନ୍ତ ହୋଇ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୯୪ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଫଳରେ ରୋଗୀଙ୍କ ସଂଖ୍ୟା ୨୮,୦୧୮ରେ ପହଞ୍ଚି ଯାଇଛି । ·ଇନା ବାହାରର ୩୧ଟି ଦେଶରେ ୨୫୮ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜାପାନରେ ବି ୧୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଯାଏ ଜାପାନରେ କୋରୋନା ସଂକ୍ରମଣର ୨୦ଟି ମାମଲା ମିଳିଛି ।

Related posts

ଆଜି ବିଗ୍ରହଙ୍କର ରଥରେ ଅଧର ପଣା ନୀତି

mahabharatanews

ମାସ ଶେଷ ବେଳକୁ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ

mahabharatanews

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଲୋଗୋ ଉନ୍ମୋଚନ 

mahabharatanews