ଓଡିଶା

ଭଙ୍ଗା ଦଦରା କୁଡ଼ିଆ ମୋତିଙ୍କ ଏକମାତ୍ର ସାହାରା

କୋରାପୁଟ: ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବଙ୍କ ପାଇଁ ନା ନା ଯୋଜନା କରୁଛନ୍ତି । ବାସ ପରି ମଣିଷର ତୃତୀୟ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଯୋଜନା, ମୋ ପକ୍କା ଘର, ବିଜୁ ପକ୍କା ଘର ପରି କେତେ ଯୋଜନା ହୋଇଥିବା ବେଳେ ଖାଦ୍ୟାଭାବ ଦୂର କରିବାକୁ ବିପିଏଲ,ଏପିଏଲ ପରି କାର୍ଡ ପ୍ରଣୟନ କରି ମାଗଣା ଚାଉଳ ଯୋଗା ଯାଉଛି । କିନ୍ତୁ କିଛି ଦୁଷ୍ଟ ପ୍ରକୃତିର ବ୍ୟକ୍ତିଙ୍କ ପାଇଁ ଗରିବ ହିତାଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପକ୍କା ଘର ଖଣ୍ଡିଏ ପାଇଁ ପ୍ରକୃତ ହିତାଧିକାରୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରି ନୟାନ୍ତ ହେଉଛନ୍ତି । କିନ୍ତୁ ସେମାନଙ୍କୁ ମିଳୁନାହିଁ ଘର ଖଣ୍ଡିଏ । ଯେଉଁଥିପାଇଁ ଭଙ୍ଗା ଦଦରା ଘର, ପାଲ ତଳେ ବିତୁଛି ସେମାନଙ୍କ ଜୀବନ । ଏମିତି ଜଣେ ଅସହାୟ ହିତାଧିକାରୀ ହେଉଛନ୍ତି ମୋତି କୂଳଦୀପ ।

କୋରାପୁଟ ଜିଲ୍ଲା ପଦ୍ମପୁର ଗ୍ରାମପଞ୍ଚାୟତର ରେଙ୍ଗିଆଗୁଡା ଗ୍ରାମରେ ମୋତି (୭୦) ବାସ କରୁଛନ୍ତି । ପରିବାର କହିଲେ ଏକାକି ମୋତି । ସନ୍ତାନ ସନ୍ତତି ଆର ପାରିକୁ ଚାଲିଯାଇଛନ୍ତି । ସମ୍ପତ୍ତି କହିଲେ କୁଡିଆ ଖଣ୍ଡେ । ବହୁ ଦୁର୍ଦ୍ଦଶାରେ ଗତି କରୁଥିଲେ ହେଁ ମୋତିଙ୍କ ଦୁଃଖ ବୁଝିବାକୁ ପ୍ରଶାସନ ପାଖରେ ସମୟ ନାହିଁ । ପରିଣତ ବୟସରେ ନାତିନାତୁଣୀଙ୍କ ସହ ଜୀବନ ବିତାଇବେ ବୋଲି ସ୍ୱପ୍ନ ଦେଖିଥିବା ମୋତି ନିଜେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ଏକ ଦଦରା କୁଟିଆ ତାଙ୍କ ସାହା ଭରସା । କୁଡିଆର ପଛ କାନ୍ଥ ଭାଙ୍ଗି ଯାଇଛି । ମୋତି ସେହି ଭଙ୍ଗା କୁଡ଼ିଆରେ ଦିନ ବିତାଉଛନ୍ତି । ଏହି ବୟସରେ ଗ୍ରାମ ପାଖ ଜଙ୍ଗଲରୁ କାଠ ଆଣି ବିକି ଯାହା ରୋଜଗାର କରୁଛନ୍ତି ସେଥିରେ ବହୁ କଷ୍ଟରେ ଚଳୁଛନ୍ତି । ସରକାରଙ୍କ ପକ୍ଷରୁ ମିଳୁଛି ତାଙ୍କୁ ଖାଲି ମାସିକୁ ୫ କେଜି ·ଉଳ ଓ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୫୦୦ଟଙ୍କା । ଘର ଖଣ୍ଡିଏ ପାଇଁ କେତେ କାହାକୁ ନେହୁରା ହୋଇଛନ୍ତି, ସରପଞ୍ଚଙ୍କ ହାତ ଗୋଡ ଧରି କାକୁତି ମିନତି ହୋଇଛନ୍ତି । କିନ୍ତୁ କେହି ତାଙ୍କ ଗୁହାରି ଶୁଣି ନାହାନ୍ତି । ପ୍ରଶାସନ ସବୁ ଜାଣି ସୁଦ୍ଧା ତାଙ୍କୁ କୌଣସି ସୁବିଧା ଯୋଗେଇ ଦେଉନଥିବା ସେ କ୍ଷୋଭର ସହ ଅଭିଯୋଗ କରିଛନ୍ତି । ଏପରି ସ୍ଥିତିରେ ସରକାରୀ ଯୋଜନା କାହା ହିତରେ ତାହାକୁ ନେଇ ପ୍ରଶ୍ନ ଉଠୁଛି ।

Related posts

54 ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ; ବିଭିନ୍ନ ବିଭାଗ ଉପରେ ଆଲୋଚନା

mahabharatanews

ଖାଉଟି ଅଧିକାର ସୁରକ୍ଷା କମିଟି ପକ୍ଷରୁ ପାରଳା ସହରରେ ସଚେତନତା କାର୍ଯ୍ୟକ୍ରମ

mahabharatanews

ଚଳିତ ମ୍ୟାଟ୍ରିକ ପରୀକ୍ଷା ପାଇଁ ୩୨୨୧ ପରୀକ୍ଷା କେନ୍ଦ୍ର

mahabharatanews