ଓଡିଶା

କୋରୋନା ପାଇଁ କୁକୁଡା ବ୍ୟବସାୟ ପ୍ରଭାବିତ

ଗୋପ: କୋରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହା କୁକୁଡା ବ୍ୟବସାୟକୁ ଅଧିକ ପ୍ରଭାବିତ କରିଛି । ଗୋପ ଅଞ୍ଚଳରେ ଥିବା କୁକୁଡା ବ୍ୟବସାୟୀ ମୁଣ୍ଡରେ ହାତଦେଇ ବସିଛନ୍ତି । କାରଣ କୁକୁଡା ଦାନା ପାଇଁ ଭ।।ରତ ଚୀନ ଉପରେ ନିର୍ଭର କରୁଥିଲା । କିନ୍ତୁ ସେଠାରେ ଏହି ଭୂତାଣୁର ଭୟାବହତାକୁ ନେଇ ଚୀନ ସହ ଭାରତ ସରକାର ବ୍ୟବସାୟୀକ ଯୋଗାଯୋଗ ଉପରେ କଟକଣା ଲଗାଇଛନ୍ତି । ଏହା ବ୍ୟତୀତ ଚୀନରେ ଅଧିକାଂଶ କମ୍ପାନୀ କୋରୋନା ଯୋଗୁଁ ବନ୍ଦ ହୋଇ ଯାଇଛି । ତେଣୁ ଭାରତରେ କୁକୁଡା ଦାନା ମିଳୁନାହିଁ । ଫଳରେ କୁକୁଡାଙ୍କୁ ଦାନା ଯୋଗାଇ ଦିଆଯାଇ ପାରୁ ନାହିଁ । ଫଳରେ ଶହଶହ ସଂଖ୍ୟାରେ କୁକୁଡା ମୃତ୍ୟୁବରଣ କରୁଛନ୍ତି, ଯାହା କୁକୁଡା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଦାନା ଅଭାବରୁ କୁକୁଡା ମରୁଥିବାରୁ କୁକୁଡା ବ୍ୟବସାୟୀ ବାଧ୍ୟ ହୋଇ ଶାଗ ମାଛ ଦରରେ କୁକୁଡ।। ବିକିବାକୁ ବାଧ୍ୟ ହେଉଛନ୍ତି । ସ୍ଥିତି ଏପରି ହୋଇଛି କି, କୁକୁଡା ସାଧାରଣତଃ ୧୮୦-୨୦୦ ଟଙ୍କା ହୋଇଥିବା ବେଳେ ବର୍ତ୍ତମାନ ବ୍ୟବସାୟୀ ୧୦ଟଙ୍କାରୁ ୨୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଗୋପ, କୋଣାର୍କ, ପୁରୀ ଆଜି ଅଞ୍ଚଳରେ କୁକୁଡା ପାଇଁ ଲୋକ ଲମ୍ବା ଲାଇନରେ ଠିଆହେଉଥିବା ଦେଖିବାକୁ ମିଳୁଛି ।

Related posts

ଗାଡି ଧକ୍କାରେ ପର୍ଯ୍ୟଟକ ଗୁରୁତର

mahabharatanews

ଜ୍ୱାଇଁର ଛୁରା ମାଡରେ ଶାଶୁ ମୃତ

mahabharatanews

ରାଜ୍ୟରେ କରୋନା ମୃତ୍ୟୁ ୧୧

mahabharatanews