ଓଡିଶା

୧୫ରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା 

(ବରଗଡ଼) : ସ୍ଥାପନ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ । ପାରମ୍ପରୀକ ରୀତିନୀତିରେ ପୂଜର୍ଚ୍ଚନା ପରେ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରା ଶୁଭସ୍ତମ୍ଭ ସ୍ଥାପନା କରାଯାଇଛି । ଜାନୁଆରୀ ୧୫ରେ ଆରମ୍ଭ ହୋଇ ଜାନୁଆରୀ ୨୫ରେ ଶେଷ ହେବ ।

ସୂଚନାନୁଯାୟୀ , ବରଗଡ଼ର ୭୬ ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ମାସ ଅର୍ଥାତ୍ ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବ । ଯେଉଁଥି ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଧନୁଯାତ୍ରା ପାଇଁ ପ୍ରଥମେ ମା’ ସମଲେଶ୍ୱେରୀଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ବରଗଡ଼ର ହାଟପଜା ସଞ୍ଚାର ପଡିଆଠାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା ।  ବରଗଡ଼ର ୭୬ ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ମାସ ଅର୍ଥାତ୍ ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବ ।

Related posts

ଆସନ୍ତାକାଲିଠୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ

mahabharatanews

 ମହାଦେବଙ୍କ ଆରାଧନାର ମାସ ଶ୍ରାବଣ 

mahabharatanews

ଭିକ୍ଷୁକ, ପର୍ଯ୍ୟଟକଙ୍କ ହୋଲି ପାଳନ

mahabharatanews