(ମୁମ୍ବାଇ): କୋରୋନା ଭାଇରସ ଆତଙ୍କ ଏବଂ ‘ୟେସ ବ୍ୟାଙ୍କ’ର ଆର୍ଥିକ ସଙ୍କଟ ଭାରତର ଶେୟାର ବଜାରକୁ ପ୍ରଭାବିତ କରୁଛି । ସୋମବାର ୧୬୦୦ରୁ ଅଧିକ ପଏଣ୍ଟ ହ୍ରାସରେ ଶେୟାର ବଜାର ଆରମ୍ଭ ହୋଇଥିଲା । ସେହିପରି ନିଫ୍ଟି ମଧ୍ୟ ୧୦ ହଜାର ୬୦୦ ପଏଣ୍ଟ ହ୍ରାସ ପାଇଥିବା ସୂଚନା ମିଳିଛି । କ୍ରମାଗତ ସେୟାର ବଜାରରେ କ୍ଷତି ଯୋଗୁ ସୋମବାର ମଧ୍ୟ ନିବେଶକଙ୍କୁ କ୍ଷତି ସହିବାକୁ ପଡିଛି । ବ୍ୟବସାୟ ଆରମ୍ଭରୁ କୋଟି କୋଟି ଟଙ୍କା ବୁଡି ଯାଇଥିବା ଜଣାପଡିଛି । ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ଶେୟାର ବଜାରରେ ବଡ ଧରଣର କ୍ଷତି ହୋଇଥିଲା । ୟେସ ବ୍ୟାଙ୍କର ଶେୟାର ହ୍ରାସ ପାଇ ପ୍ରାୟ ୬ ଟଙ୍କାରେ ପହଞ୍ଚିଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ ୧୯ରେ ପଞ୍ଚିଥିଲା ।
ଶ୍ୁ୍କ୍ରବାର ସେୟାର ବଜାର ଶେଷରେ ୮୯୪ ପଏଣ୍ଟ ହ୍ରାସ ପାଇ ୩୭ ହଜାର ୫୭୬ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ବା ଏନଏସଇ ନିଫ୍ଟି ମଧ୍ୟ ୩୨୭ ପଏଣ୍ଟ ହ୍ରାସ ପାଇ ୧୦ ଲକ୍ଷ ୯୪୨ ହଜାର ୬୫ରେ ଖାତା ଖୋଲିଲା ଏବଂ ଶେଷରେ ୨୮୯,୪୫ ପଏଣ୍ଟ ହ୍ରାସ ପାଇ ୧୦, ୯୭୯,୫୫ ପଏଣ୍ଟରେ ସମାପ୍ତ ହେଲା । ଅନ୍ୟପଟେ ୟେସ ବ୍ୟାଙ୍କ ବ୍ୟବସାୟ ଶେଷରେ ୫୫ ପ୍ରତିଶତ ହ୍ରାସ ପାଇ ୧୬.୫୫ରେ ଶେଷ ହୋଇଥିଲା ।
ସୂଚନାଯୋଗ୍ୟ, ମାରାତ୍ମକ କୋରୋନା ଭୂତାଣୁ କାୟା ବିସ୍ତାର କରୁଥିବା ବେଳେ ସାରା ବିଶ୍ୱରେ ଅର୍ଥନୈ÷ତିକ ମାନ୍ଦାବସ୍ଥା ଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଅନ୍ୟପଟେ ୟେସ ବ୍ୟାଙ୍କରେ ଚାଲିଥିବା ଆର୍ଥିକ ସଙ୍କଟ ପାଇଁ ମଧ୍ୟ ନିବେଶକଙ୍କ ମନୋବଳ ଦୂର୍ବଳ ହେବାରେ ଲାଗିଛି ।