Uncategorized

କୋରୋନା ଭାଇରସରୁ ରକ୍ଷା ପାଇବା ପାଇ ନିୟମିତ ଖାଆନ୍ତୁ ଏହି ୪ଟି ସୁପର ଫୁଡ

(ମହାଭାରତ): କୋରୋନା କବଳରେ ଏବେ ସାରା ବିଶ୍ୱ । ଏବେ ପର୍ଯ୍ୟନ୍ତ ଏହି ଭୟଙ୍କର ଭାଇରସ ଦାଉରେ ୩୦୦୦ ଲୋକଙ୍କର ଜୀବନ ଗଲାଣି । ଯେବେକି ପ୍ରାୟ ୯୦,୦୦୦ ଏଥିରେ ହେଲେଣି । ଭାରତରେ ବି ଦୁଇ ଜଣ ଏହି ଭାଇରସରେ ସଂକ୍ରମିତ ଥିବା ଜଣାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବି ଲୋକଙ୍କୁ ଚୀନ, ଇରାନ, କୋରିଆ, ସିଙ୍ଗାପୁର, ଇଟାଲୀ ପରି ରାଷ୍ଟ୍ର ଯାତ୍ରା ନକରିବାକୁ ଉପଦେଶ ଦେଇଛନ୍ତି । ଡାକ୍ତର ତଥା ବିଶେଷଜ୍ଞଙ୍କ ଅନୁଯାୟୀ କୋରୋନା ଭାଇରସ ବା କୋଭିଡ ୧୯ ଭାଇରସକୁ ରକ୍ଷା ପାଇବା ପାଇଁ ଏବେ ଯାଏଁ କୌଣସି ଚିକିତ୍ସା ବାହାରି ପାରିନାହିଁ । କିନ୍ତୁ ଚିକିତ୍ସଙ୍କ ଅନୁଯାୟୀ ଦୁର୍ବଳ ଇମ୍ୟୁନିଟି ଥିବା ବ୍ୟକ୍ତିଙ୍କୁ ଏହି ବିଜାଣୁ ନିଜ କବଳକୁ ନେଇଯାଏ । ଏମିତିକି ୧୦ ସେକେଣ୍ଡରୁ ବି କମ ସମୟରେ ଏହା ଲୋକଙ୍କୁ ଶିକାର କରିଦିଏ । କିନ୍ତୁ ଯଦି ବିଶେଷ ଖାଦ୍ୟ ନିୟମିତ ଭାବେ ଶରୀର ଗ୍ରହଣ କରେ ତେବେ ଏହି ଭାଇରସ କବଳରୁ ରକ୍ଷା ମିଳିପାରିବ । ତେବେ ଆସନ୍ତୁ ଜାଣି ରଖିବା ସେହି ଖାଦ୍ୟ ବିଷୟରେ …
ଅଳସି:
ଅଳସିର ଛୋଟ ଛୋଟ ଦାନା ଆପଣଙ୍କୁ ଅନେକ ପ୍ରକାର ରୋଗ ଦାଉରୁ ରକ୍ଷା କରିପାରେ । ଏହା ଶରୀରର ବ୍ୟାଡ କୋଲେଷ୍ଟେରଲ କମାଇ କ୍ୟାନ୍ସର ପରି ମାରାତ୍ମକ ରୋଗ ଦାଉରୁ ବି ସୁରକ୍ଷା ଦେଇପାରେ । ଏମିତିକି ମସ୍ତିଷ୍କରୁ ଆରରମ୍ଭ କରି ହୃଦୟ ପର୍ଯ୍ୟନ୍ତକୁ ସୁସ୍ଥ ରଖିବାରେ ଏହାର ବିଶେଷ ଭୂମିକା ରହିଛି ।
ତୁଳସୀ:
ଆଣ୍ଟି ଭାଇରାଲ ଓ ଆଣ୍ଟି ଇନଫ୍ଲେମେଟ୍ରି ଭଳି ଗୁଣରେ ଭରପୁର ତୁଳସୀ ବି ଅନେକ ରୋଗ ଦାଉରୁ ସୁରକ୍ଷା ଦେଇପାରେ । ଏହା ଶରୀରର ରୋଗ ପ୍ରତିରୋଧି ଶକ୍ତିକୁ ବି ବଢାଇଥାଏ । କିଛି ତୁଳସୀପ୍ତ୍ରକୁ ସକାଳୁ ଖାଲି ପେଟରେ ସେବନ କରିବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ପ୍ରତିଦିନ ୫ଟି ତୁଳସୀ ପତ୍ର ଏକ ଚାମଚ ମହୁ ସହ ସେବନ କଲେ ଶରୀରର ରୋଗ ପ୍ରତିରୋଧି ଶକ୍ତି ବୃଦ୍ଧି ପାଇଥାଏ ।
ସୂର୍ଯ୍ୟମୁଖୀ ବୀଜ:
ସୂର୍ଯ୍ୟମୁଖୀ ବିଜେରେ ସେଲେନିୟମ ଭରପୁର ମାତ୍ରାରେ ଥାଏ । ଯାହା ଶରୀର କୋଷିକା ଗୁଡିକୁ କ୍ଷୟ ହେବାରୁ ରକ୍ଷା କରିଥାଏ । ଭିଟାମିନ ‘ଇ’ରେ ପରିପୂର୍ଣ୍ଣ ଏହି ଖାଦ୍ୟକୁ ଆପଣ ବିଭିନ୍ନ ଉପାୟରେ ଗ୍ରହଣ କରିପାରିବେ ।
ହଳଦୀ:
ଏମିତିରେ ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ ସମେତ ଆଣ୍ଟିସେପ୍ଟିକ ଗୁଣ ଭରପୁର ମାତ୍ରାରେ ଥାଏ । ଯାହା ଶରୀରକୁ ବିଭିନ୍ନ ଆଲର୍ଜି ସହ ଲଢିବାରେ ସାହାଯ୍ୟ କରିଥାଏ । ଶରୀରର ଇମ୍ୟୁନିଟିକୁ ବି ଏହା ଖୁବ ଷ୍ଟ୍ରଙ୍ଗ କରିଥାଏ । ଗରମ କ୍ଷୀରରେ ଗୋଟେ ଚାମଚ ହଳଦୀ ପକାଇ ପିଇବା ଦ୍ୱାରା ଆମ ଶରୀରର ଭିତର କ୍ଷମତା ଅନେକ ଗୁଣରେ ବଢିଯାଏ ।

Related posts

ଶ୍ରୀଲଙ୍କାରେ ଲାଗିଲ କର୍ଫ୍ୟୁ

mahabharatanews

ହାର୍ଲି ଡାଭିଡସନ ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ: ୨୫ ଅଗ୍ନିଶମ ବାହିନୀ ନିୟୋଜିତ

mahabharatanews

ବିଜ୍ଞାନ ସମଗୋତ୍ରୀ ବିବାହକୁ ସ୍ୱୀକୃତି ଦେଉନାହିଁ: ଖଟ୍ଟର

mahabharatanews