Uncategorized

କୋଲେଷ୍ଟର କମ୍ କରେ ନାସପାତି

(ମହାଭାରତ): ଆପଣମାନେ ହୁଏତ ପ୍ରତିଦିନ ସେଓ ଖାଉଥିବେ । କିନ୍ତୁ ପ୍ରତିଦିନ ନାସପାତି ଖାଉଥିବା ଲୋକ ଖୁବ୍ କମ୍ । ସେଓ ଭଳି ଆଉ ଏକ ଫଳ ହେଉଛି ନାସପାତି । ଏଥିରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ନାସପାତି ଖାିବା ଅନ୍ୟ ଫଳ ତୁଳନାରେ ଅଧିକ ଫାଇଦା ରହିଥାଏ । ଆସନ୍ତୁ ଜାଣିବା କ’ଣ ରହିଛି ନାସପାତିର ଫାଇଦା…
ନାସପାତିର ଭରପୂର ମାତ୍ରାରେ ଫାଇବର ରହିଥାଏ । ଫାଇବର ଯୋଗୁଁ ପାଚନ ତନ୍ତ୍ର ମଜବୁତ ହୋଇଥାଏ । ନାସପାତିରେ ଥିବା ପୋକଟିନ ନାମକ ତତ୍ତ୍ୱ କୋଷ୍ଠକାଠିନ୍ୟ ସମସ୍ୟା ପାଇଁଞ ରାମବାଣ ହୋଇଥାଏ ।
ନାସପାତି ଚୋପାର ମଧ୍ୟ ଅନେକ ଫାଇଦା ରହିଥାଏ । ଏହାର ଚୋପାରେ ୩-୪ ଗୁଣା ଅଧିକ ଫାଇଟୋନ୍ୟୁଟ୍ରିଏଣ୍ଟନ୍ସ ରହିଥାଏ । ଯାହା ଶରୀରର ଇମ୍ୟୁନିଟ୍ ବଢାଇଥାଏ । ଏହାକୁ ଖାଇବା ଦ୍ୱାରା କ୍ୟାନସର ଏବଂ ହୃଦ ସମ୍ବନ୍ଧୀୟ ରୋଗ ଆଶଙ୍କା କମ୍ ହୋଇଥାଏ ।
ନାସପାତିରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ । ଯାହା ହିମୋଗ୍ଲୋବିନର ସ୍ତର ବଢାଇଥାଏ । ଏନିମିୟା ଗସ୍ତ ରୋଗୀଙ୍କୁ ସୁରକ୍ଷା ଦେଇଥାଏ ନାସପାତି ।
ନାସପାତିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନର ଉଚିତ ମାତ୍ରା ରହିଛି, ଯାହା ରୋଗ ପ୍ରତିରକ୍ଷା ପ୍ରଣାଳୀକୁ ସୁଧାରିଥାଏ ଏବଂ ବିଭିନ୍ନ ରୋଗ ସହିତ ଲଢିବା ପାଇଁ ଶକ୍ତି ଯୋଗାଇଥାଏ ।
ନାସପାତିରେ ପୋକଟିନ୍ ରହିଛି, ଯାହା କୋଲେଷ୍ଟ୍ରଲକୁ କମ୍ କରିବାରେ ସହାୟକ ହୋଇଥାଏ ।
ଯଦି ଆପଣଙ୍କୁ ଭୋକ ବାରମ୍ବାର ଲାଗୁଛି, ତେବେ ନାସପାତି ଖାଆନ୍ତୁ । ଏଥିରେ ଥିବା ଫାିବର ଆପଣଙ୍କ ପେଯକୁ ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ । ଫାଇବର ଛଡା ଏଥିରେ ଭିଟାମିନ ସି, ଆଇରନ ଏବଂ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ରହିଥାଏ ।

Related posts

କାଖର କଳାପଣ ଦୂର କରିବା ପାଇଁ କରନ୍ତୁ ଏହି କାମ

mahabharatanews

କୋରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ

mahabharatanews

ମୋହନ ସରକାରରେ ଶିକ୍ଷାକୁ ଗୁରୁତ୍ବ, ଆରମ୍ଭ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

mahabharatanews