ଭାରତ

କ୍ଷୁଧା ନିବାରଣ କ୍ଷେତ୍ରରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ

ଭୁବନେଶ୍ୱର: ପ୍ରକାଶ ପାଇଲା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ବା ବିଶ୍ୱ କ୍ଷୁଧା ସୂଚକାଙ୍କ । ଏହି ହଙ୍ଗର ଇଣ୍ଡେକ୍ସରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନିରୁତ୍ସାହଜନକ ରହିଛି । ଏହି ତାଲିକାରେ ଭାରତର ସ୍ଥାନ ରହିଛି ୧୦୧ । ମୋଟ ୧୧୬ଟି ରାଷ୍ଟ୍ରକୁ ନେଇ କ୍ଷୁଧା ଉପରେ ହୋଇଥିବା ସର୍ବେକ୍ଷଣରେ ଭାରତ ରହିଛି ୧୦୧ ନମ୍ବରରେ । ଅର୍ଥାତ୍ ଭାରତ ତଳେ ରହିଛି ମାତ୍ର ୧୫ଟି ରାଷ୍ଟ୍ର ।
ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ୧୧୬ଟି ରାଷ୍ଟ୍ର ମଧ୍ୟରୁ ଭାରତ ୧୦୧ ସ୍ଥାନରେ ରହିଥିବା ବେଳେ ପାପୁଅ ନ୍ୟୁ ଜିନିଆ ରହିଛି ୧୦୨, ଆଫଗାନିସ୍ତାନ-୧୦୩, ନାଇଜେରିଆ-୧୦୪, କଙ୍ଗୋ-୧୦୫, ମୋଜାମ୍ବିକ୍ୟୁ-୧୦୬, ସିନରାଲେଓନେ- ୧୦୭, ତିମୋର ଲେଷ୍ଟେ- ୧୦୮, ହାଇତି-୧୦୯, ଲିବିରିଆ-୧୧୦, ମାଦାଗାସ୍କେର–୧୧୧, ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ-୧୧୨, ଚଦ-୧୧୩, ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ-୧୧୪, ୟେମେନ-୧୧୫, ସୋମାଲିଆ-୧୧୬ ରହିଛନ୍ତି ।
୨୦୧୫ ପରଠାରୁ ଭାରତ କ୍ଷୁଧା ନିବାରଣ କ୍ଷେତ୍ରରେ ବିଫଳତା ହ୍ରାସ କରୁଥିବା ଦେଖିବାକୁ ମିଳିଛି । ୨୦୧୫ରେ ଭାରତ ୮୦ତମ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୧୦୧ ସ୍ଥାନରେ ରହିଛି । ତେବେ୨୦୧୮ ମସିହା ଠାରୁ ଚଳିତ ବର୍ଷର ପ୍ରଦର୍ଶନ ସନ୍ତୋଷଜନକ ରହିଛି । ୨୦୧୮ରେ ଭାରତ ଆଉ ୨ଟି ସୋପାନ ତଳକୁ ଖସି ୧୦୩ତମ ସ୍ଥାନରେ ଥିଲା । ୨୦୧୫ ପରଠାରୁ କ୍ଷୁଧା ନିବାରଣ କ୍ଷେତ୍ରରେ ଭାରତର ସ୍ଥାନ ଯଥାକ୍ରମେ: ୨୦୧୫- ୮୦, ୨୦୧୬- ୯୭, ୨୦୧୭-୧୦୦, ୨୦୧୮-୧୦୩, ୨୦୧୯-୧୦୨, ୨୦୨୦-୯୨, ୨୦୨୧-୧୦୧ ରହିଛି ।

Related posts

ସେପ୍ଟେମ୍ବର ଶେଷ ସୁଦ୍ଧା ୧୫୦ରୁ ଊର୍ଦ୍ଧ ଉଡାଣ ଭରିବ ଆକାଶ ଏୟାର

mahabharatanews

ନାଗିନ ଫେମ୍‌ ମେହକ ଚହଲ ଅନଲାଇନ ୪୯ ହଜାର ଟଙ୍କାର ଠକାମିର ଶିକାର

mahabharatanews

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ

mahabharatanews