ଓଡିଶା

କ୍ୱାରେଣ୍ଟାଇନ ନିୟମ ଅମାନ୍ୟ ଅଭିଯୋଗରେ ୨ ନାଁରେ ମାମଲା

ହିଞ୍ଜିଳି: ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦାରୁଭଦ୍ରା ଗାଁକୁ ୧୪ ତାରିଖରେ ବିଦେଶରୁ ଫେରିଥିବା ଜଣେ ଯୁବକ ନାମରେ ମାମଲା ରୁଜୁ ହୋଇଛି । କ୍ୱାରେଣ୍ଟାଇନ ନିୟମ ଭାଙ୍ଗି ଥିବା ଅଭିଯୋଗ ହେବା ପରେ ସରକାରଙ୍କ ପକ୍ଷରୁ ପୁଲିସ ନିକରେ ଅଭିଯୋଗ ହୋଇଛି । ଏହାପରେ ହିଞ୍ଜିଳି ଥାନାରେ ମାମଲା ରୁଜୁ କରାଯାଇଛି ବୋଲି ଥାନା ସୂତ୍ରରୁ କହିଯାଇଛି । ସେହି ଗାଁର ଜଣେ ଯୁବକ କିଛି ଦିନ ତଳେ ଦୁବାଇରୁ ଭାୟା ମୁମ୍ବାଇ ହୋଇ ଗାଁକୁ ଫେରିଥିବା ବେଳେ ତାଙ୍କୁ ୧୪ ଦିନ ପାଇଁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ସେ କ୍ୱାରେଆଇନ ନିୟମ ଭାଙ୍ଗି ଦେଇଥିଲେ । ତାଙ୍କୁ ବାରମ୍ବାର ବୁଝାଇବା ସତ୍ୱେ ବାହାରେ ବୁଲାବୁଲି କରୁଥିଲେ । ଏପରି ଅଭିଯୋଗ ପରେ ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର ପରିସ୍ଥିତି ଅମାନ୍ୟ କରି ଘରେ ସଙ୍ଗରୋଧ ହୋଇ ରହିବା ପାଇଁ ପରାମର୍ଶ ଦେଇ ଫେରିଥିଲେ । ଏହି ଯୁବକ ନିୟମ ଭାଙ୍ଗିବା ଅଭିଯୋଗରେ ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କୁଅଁର ହିଞ୍ଜିଳି ଥାନାରେ ଏତଲା ଦେବା ପରେ କେଶ ନମ୍ବର୍ ୯୮/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଆଇଆଇସି ଅଭିମନ୍ୟୁ ଦାଶ କହିଛନ୍ତି । ଯେଉଁ ମାନେ ବିଦେଶ ରୁ ଫେରିଛନ୍ତି ସେହି ମାନେ ତୁରନ୍ତ ପଞ୍ଜିକରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Related posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

୭୦ ତମ ବି.୧.୬୧୭ ଷ୍ଟ୍ରେନ ରାଜ୍ୟରେ ଚିହ୍ନଟ

mahabharatanews

ବସ୍ ମାଲିକ ସଂଘକୁ ସହଯୋଗ କରିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ

mahabharatanews