ଓଡିଶା

ଖଣ୍ଡିହୁଡି ତାରିଣୀ ମନ୍ଦିର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

(ମହାଭାରତ, ଉଦଳା): ଉଦଳା ବ୍ଲକ ସ୍ଥିତ ଖଣ୍ଡିହୁଡି ପୀଠରେ ଥିବା ମା’ ତାରିଣୀ ମନ୍ଦିର ପ୍ରତିଷ୍ଠାର ନବମ ବାର୍ଷିକୋତ୍ସବ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆଇ.ଟି.ଡି.ଏର ପ୍ରକଳ୍ପ ପ୍ରଶାସକ ଦେବଦତ୍ତ ପଣ୍ଡା ଯୋଗ ଦେଇଥିଲେ । ଉଦଳା ବିଡିଓ ଦେବଯାନୀ ଭୂୟାଁ, ଉଦଳା ତହସିଲଦାର ମନୀଷା ମଧୁଲିକା ହେମ୍ବ୍ରମ, ସହକାରୀ ଜିଲ୍ଲାପାଳ ଗୌରହରି ମହାନ୍ତି, ମେଘାସନୀ ବିଦ୍ୟାଳୟର ଅଧ୍ୟାପକ ରମେଶ ନାଏକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାଏକ ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ । ମନ୍ଦିର କମିଟି ଉପାଧ୍ୟକ୍ଷ ସରୋଜ କୁମାର ସାମଲ ବୈ÷ଠକର ଅଧ୍ୟକ୍ଷତା କରିଥିଲେ । ମନ୍ଦିର କମିଟି ସମ୍ପାଦକ ବିଶ୍ୱନାଥ ବେହେରା ବାର୍ଷିକୋତ୍ସବ ବିବରଣୀ ସମ୍ବନ୍ଧରେ ସୂଚନା ଦେଇଥିଲେ । ଆସନ୍ତା ୧୭ ତାରିଖରୁ ଆରମ୍ଭ ହେଉଥିବା ଏହି ଉତ୍ସବ ପରିଚାଳନା ନେଇ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସର ଦାୟିତ୍ୱ, ସଫେଇ, ପ୍ରସାଦ ସେବନ, କଳସ ଶୋଭାଯାତ୍ରା, ଯଜ୍ଞ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଆଲୋଚନା ହୋଇଥିଲା ।

Related posts

ମାଡ଼ିଗଲା ପିକଅପ ଭ୍ୟାନ୍ : ଚାଲିଗଲା ୩ ଜୀବନ

mahabharatanews

ପାଉଡର ଚୋର ସିସିଟିଭିରେ କଏଦ

mahabharatanews

୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

mahabharatanews